ଓଡିଶା

ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତ ଦେହ

କଟକ : ବିଡାନାସୀ ସ୍ଥିତ ଏନସିସି ଘାଟରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ଭାସୁଥିବା ଅଜଣା ମହିଳାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ଶବକୁ ଜବତ କରିଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନହିଁ। ବିଡାନାସୀ ପୋଲିସ ଶବକୁ ଜବତ କରି SCB  ମେଡିକାଲକୁ ପଠାଇଛି। ପାରିପାଶ୍ୱିକ ସ୍ଥିତିକୁ ଦେଖିଲେ ମହିଳା ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି । ତେବେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।

Related posts

ରାସ୍ତା ନିର୍ମାଣରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ

mahabharatanews

ଚୋରୀ ବେଳେ ଧରାପଡିଲେ, ବାଇକ୍ ଛାଡି ଚମ୍ପଟ

mahabharatanews

କୋଭିଡ ଡ୍ୟୁଟିରେ ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଦିଆଯିବ ଅତିରିକ୍ତ ପ୍ରୋତ୍ସାହନ

mahabharatanews