ଓଡିଶା

ନଦୀପଠାରୁ ଅଜଣା ମହିଳାଙ୍କ ମୃତଦେହ ଠାବ

ଭୁବନେଶ୍ୱର(ମହାଭାରତ): ରାଜଧାନୀ ଭୁବନେଶ୍ୱରରେ ବଢୁଛି ଅପରାଧର ଗ୍ରାଫ । ପୁଣି କୁଆଖାଇ ନଦୀପଠାରୁ ମିଳିଲା ମହିଳାଙ୍କ ମୃତଦେହ । କିଛି ଦିନ ତଳେ ମିଳିଥିବା ଅଚିହ୍ନା ଯୁବକଙ୍କ ମୃତଦେହ ଘଟଣାର ରହସ୍ୟ ଖୋଲିପାରିନଥିବା ବେଳେ ଏବେ ଆଉ ଏକ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଟଙ୍କପାଣି ସାଇମନ୍ଦିର ଛକରୁ ମିଳିଥିବା ମହିଳାଙ୍କ ମୃତଦେହକୁ ଦେଖି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଶରୀରର ଉପରି ଭାଗରେ କୌଣସି କ୍ଷତ ନଥିବାରୁ ଏହା ଦୁର୍ଘଟଣା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ଘଟଣା ନେଇଛି ନୂଆ ମୋଡ । ପୋଷ୍ଟମର୍ଟମ ପରେ ଶରୀରରେ ଅନେକ କ୍ଷତ ଥିବା ଜଣାପଡିବା ସହ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ମୃତ ମହିଳାଙ୍କର କୌଣସି ପରିଚୟ ନ ମିଳିବାରୁ ଅଡୁଆରେ ପଡିଛି କମିଶନରେଟ ପୋଲିସ । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏଥିସହ ଘଟଣାକୁ ନେଇ ଅନେକ ପ୍ରଶ୍ନ ଏବେ ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related posts

ଘରକୁ ଫେରିବାକୁ ସାହାଯ୍ୟ ଲୋଡିଲେ ବୃଦ୍ଧା

mahabharatanews

ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍

mahabharatanews

ଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?

mahabharatanews