(ଜଳେଶ୍ୱର/ଅଜିତ ସାହୁ): ଡ୍ରେନରେ ପଡି ଷଣ୍ଢମୃତ। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଜଳେଶ୍ଵର ବ୍ଲକ ସୁଗ ମାର୍କେଟ ନିକଟରେ । ସୂଚନା ଅନୁଯାୟୀ ଗତକାଲି ଏକ ବୁଲା ଷଣ୍ଢ ଘାସ ଖାଇବାକୁ ଯାଇ ମୁକୁଳା ଥିବା ଡ୍ରେନ ରେ ପଡିଯାଇଥିଲା । ସଟଡାଉନ ପାଇଁ ହାଟ ବଜାର ବନ୍ଦ ଥିବାରୁ କେହି ଘରୁ ବାହାରୁ ନାହାନ୍ତି । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକ ଷଣ୍ଢର ମୃତଦେହ ଦେଖି ଜଳେଶ୍ୱର ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଶଣ୍ଢଟିର ମୃତ ହୋଇସାରିଥିଲା। ଅନ୍ୟ ପଟେ ଉକ୍ତ ଡ୍ରେନରେ ପୂର୍ବରୁ ଅନେକ ଥର ଷଣ୍ଢ ପଡ଼ିଥିଲେବି, କୌଣସି ବିହିତ ପଦକ୍ଷେପ ନିଆଯାଉ ନଥିବାରୁ ସାଧରଣରେ ଅସନ୍ତୋଷ ଦେଖାଦେଇଛି। ସାଧାରଣରେ ତୁରନ୍ତ ବଜାର ନିକଟରେ ଥିବା ଡ୍ରେନ କୁ ସ୍ଥାୟୀ ସ୍ଲାବ ପକାଇ ଅବରୋଧ କରିବାକୁ ଦାବି ହୋଇଛି।
previous post
