ଓଡିଶା

ମୁକୁଳା ଡ୍ରେନରେ ପଡି ଷଣ୍ଢ ମୃତ

(ଜଳେଶ୍ୱର/ଅଜିତ ସାହୁ): ଡ୍ରେନରେ ପଡି ଷଣ୍ଢମୃତ। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଜଳେଶ୍ଵର ବ୍ଲକ ସୁଗ ମାର୍କେଟ ନିକଟରେ । ସୂଚନା ଅନୁଯାୟୀ ଗତକାଲି ଏକ ବୁଲା ଷଣ୍ଢ ଘାସ ଖାଇବାକୁ ଯାଇ ମୁକୁଳା ଥିବା ଡ୍ରେନ ରେ ପଡିଯାଇଥିଲା । ସଟଡାଉନ ପାଇଁ ହାଟ ବଜାର ବନ୍ଦ ଥିବାରୁ କେହି ଘରୁ ବାହାରୁ ନାହାନ୍ତି । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକ ଷଣ୍ଢର ମୃତଦେହ ଦେଖି ଜଳେଶ୍ୱର ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଶଣ୍ଢଟିର ମୃତ ହୋଇସାରିଥିଲା। ଅନ୍ୟ ପଟେ ଉକ୍ତ ଡ୍ରେନରେ ପୂର୍ବରୁ ଅନେକ ଥର ଷଣ୍ଢ ପଡ଼ିଥିଲେବି, କୌଣସି ବିହିତ ପଦକ୍ଷେପ ନିଆଯାଉ ନଥିବାରୁ ସାଧରଣରେ ଅସନ୍ତୋଷ ଦେଖାଦେଇଛି। ସାଧାରଣରେ ତୁରନ୍ତ ବଜାର ନିକଟରେ ଥିବା ଡ୍ରେନ କୁ ସ୍ଥାୟୀ ସ୍ଲାବ ପକାଇ ଅବରୋଧ କରିବାକୁ ଦାବି ହୋଇଛି।

Related posts

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

mahabharatanews

ପ୍ରବଳ ବର୍ଷା:  ୫୦ରୁ ଅଧିକ ଲୋକ ଆହତ 

mahabharatanews

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବାରେ ସହାୟକ ହେଉଛି ସର୍ଗିଫୁଲ

mahabharatanews