(ଜୟନ୍ତ କୁମାର ସେଠୀ/ଡେଲାଙ୍ଗ): ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତି ଅବସରରେ ହରିରାଜପୁର ମେଳଣ ପଡିଆରେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ ଓ ସ୍ଥାନୀୟ ଜନସାଧାରଣଙ୍କୁ ଫଳ ଚାରା ବଣ୍ଟାଯାଇଛି । ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ଆଇନୀଜୀବୀ ନିଶିକାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଜୀବ ଜଗତକୁ ବଞ୍ଚାଇ ରଖିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ କରାଯିବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଥିଲେ । ଆଗାମୀ ଦିନରେ ପୁରୀ ଜିଲ୍ଲାରେ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଜିଲ୍ଲା କିଷାନ କଂଗ୍ରେସ ସଭାପତି ସୁଚନା ଦେଇଛନ୍ତି ।
previous post
