ଓଡିଶା

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

ପୁରୀ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା । ତେବେ ଆଜି ମା ଚର୍ଚ୍ଚିକାଙ୍କ ଠାରେ ପାରମ୍ପରିକ ପୂଜା ପରେ ଭୋଇ ସେବକ ମାନେ ସିଂଗଡା ବାଡ଼ିଆ  କାର୍ଯ୍ୟ ଆରମ୍ଭ କରିଛନ୍ତି । ଆସନ୍ତା ୨୨ ତାରିଖ ରେ ଶ୍ରୀମନ୍ଦିର ଭଉଁରୀ ପର୍ବ ରେ ତିନି ରଥ ର ଦୁଇଟି ଲେଖାଏଁ ଚକ ଓ ଅଖ ଡେରା ନୀତି ରହିଛି। ଏଥିପାଇଁ ଭୋଇ ସେବକ ମାନେ ଚକ ନିର୍ମାଣ ପାଇଁ ଚକ ସହ ଅର ସଂଯୋଗ ବଡ଼ ହାତୁଡି ବାଡେଇ କରୁଛନ୍ତି । ସେହି ନୀତିକୁ ସିଂଗଡା ବଡ଼ିଆ କୁହାଯାଏ । ସେପଟେ ରଥ ଖଳାରେ ତିନି ରଥର ଗୁଜ ହଣା ଚାଲିଛି। ଗୁଜ , କୁଡୁକା , ଜଳ ଯନ୍ତ୍ର ତିଆରି ପାଇଁ ମହାରଣା ସେବକ ମାନେ କାଠ କାଟି ରୂପକାର ସେବକଙ୍କୁ ଯୋଗାଇ ଦେଉଛନ୍ତି । ରୂପକାର ସେବକ ମାନେ ଗୁଜ ରେ ସିଂହ ବିରାଳ ଖୋଦେଇ କରୁଛନ୍ତି।

ଗୁଜ ନିର୍ମାଣ ପରେ ନାଟ ଗୋଡ଼ , ସିଂହାସନ , ପଟା ଗୁଜ କାର୍ଯ୍ୟ ହେବ। ପଟା ଗୁଜରେ ସିଂହ ବିରାଳ , ନର ବିରାଳ ଓ ଗଜ ବିରାଳ ଖୋଦେଇ ହେବ। ଶେଷରେ ତିନି ରଥ ରେ ପ୍ରଭା କାର୍ଯ୍ୟ ହେବ। ତେବେ ଆଗକୁ ଭଉଁରୀ ତିଥି ଥିବା ବେଳେ ଏହାକୁ ଦୃଷ୍ଟିରେ ରଖାଯାଇ ଜୋରଦାର କାର୍ଯ୍ୟ ଚାଲୁ ରହିଛି । ଭଉଁରୀ ଦିବସ ରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ତିନି ରଥ ପାଇଁ ଦୁଇଟି ଲେଖାଏଁ ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବ। ତେବେ ପୁରୀ ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବା ଏହାକୁ ଖାତିର ନ କରି ରଥ ନିର୍ମାଣ ରେ ଥିବା ସମ୍ପୃକ୍ତ ସେବକମାନେ ରଥ ନିର୍ମାଣ କାର୍ଯ୍ୟ ବେଶ ଧୃତ ଗତିରେ ଆଗେଇ ନେଉଛନ୍ତି ।

Related posts

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

mahabharatanews

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

mahabharatanews

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ଘୋଷଣା

mahabharatanews

Leave a Comment