ଓଡିଶା

ମାଲକାନାଗିରି ଜିଲ୍ଲାରୁ ତିନି କରୋନା ସଂକ୍ରମଣ ଚିହ୍ନଟ

(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଗ୍ରୀନଜୋନରେ ଥିବା ବେଳେ କରୋନା ନମୁନା ରିପୋର୍ଟ ଆସିବାପରେ ଏହି ଜିଲ୍ଲାରୁ ପ୍ରଥମ ଥର କରି ଦୁଇଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଜି ଆଉ ଜଣେ ସଂକ୍ରମଣ ଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ କେନ୍ଦ୍ରରୁ ୩ଜଣ ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାଇ ଗୋଟିଏ ବସରେ ଚେନ୍ନାଇରୁ ମାଲକାନଗିରି ଜିଲ୍ଲା ଏମଭି୭୨ ଅଚଂଳର ଗୋଟିଏ ପରିବାରରୁ ଜଣେ ୨୧ବର୍ଷ ବୟସ୍କ ପୁରୁଷ ଓ ୧ବର୍ଷର ଶିଶୁ ପୁତ୍ର ନିଜ ଘରକୁ ଆସିଥିଲେ । ସେମାନଙ୍କୁ ସ୍କ୍ରିନିଂ କରାଯାଇ କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ କେନ୍ଦ୍ରରେ ରଖାଯାଇଥିଲା । ଜିଲ୍ଲାରୁ ପ୍ରାୟ୨ହଜାରରୁ ଉଦ୍ଧ୍ୱର୍ ନମୁନା ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠା ଯାଇଥିଲା,ସେଠାରୁ ରିପୋର୍ଟ ଆସିବା ପରେ ଏହି ଦୁଇଜଣଙ୍କର ରିପୋର୍ଟ ପଜେଟିଭ ଥିବାର ଜଣାପଡିଛି । ଜିଲ୍ଲାର ଦୁଇଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆକ୍ରାନ୍ତ ରହୁଥିବା କ୍ୱାରେଟାଂଇନ କେନ୍ଦ୍ରର ପାଖ ଆଖ ଅଚଂଳକୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆଉକିଏ ଆସିଛି କି ନାହିଁ ପ୍ରଶାସନ ପକ୍ଷରୁ ଖୋଜା ଚାଲିଛି,ସଂକ୍ରମଣ ଙ୍କ ଜାତାୟାତ ବିବରଣୀ ଜିଲ୍ଲାପ୍ରଶାସନ ନିକଟରେ ଅଛି, ଏଥିରେ କେହି ଭୟଭିତ ହୁଅନ୍ତୁ ନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Related posts

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

mahabharatanews

୧୦ ଓ ୧୧ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767

mahabharatanews