ଓଡିଶା

ଜିଲ୍ଲା ଜିଲ୍ଲା ବୁଲୁଛି ଅହିଂସା ରଥ

ବାଣପୁର/ ଚାଣକ୍ୟ ମିଶ୍ର  : ସ୍ଵଧୀନତାର ୭୫ବର୍ଷ ଉପଲକ୍ଷେ ମହାତ୍ମା ଗାନ୍ଧୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗତ ସ୍ଵାଧୀନତା ଦିବସ ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥକୁ ଉନ୍ମୋଚନ କରିଥିଲେ। ଏହି ଅହିଂସା ରଥ ଅକ୍ଟୋବର ୨ତାରିଖ ସୁଦ୍ଧା ରାଜ୍ୟର ସମଗ୍ର ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ। ରାଜ୍ୟରେ ଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଆଜିର ଯୁବପିଢୀମାନଙ୍କୁ ମୁଖରେ ଅହିଂସାର ବାର୍ତ୍ତାକୁ ପ୍ରସ୍ଫୁଟିତ ବା ଜାଗ୍ରତ କରିବା ପାଇଁ ନବୀନ ବିଭିନ୍ନ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରଶସାଂ ସାଉଁଟିଛନ୍ତି।

ଏହି ଅବସରରେ  ଗଞ୍ଜାମ୍ ଏବଂ ଖୋର୍ଦ୍ଧା ସୀମାର ନାଭାଲ ବେସ ଠାରୁ ଖୋର୍ଦ୍ଧା ଜିଲ୍ଲାପାଳ ମହା ଆଡମ୍ବର ସହ ଅହିଂସା ରଥକୁ ସ୍ଵାଗତ କରିଛନ୍ତି। ଅହିଂସା ରଥ ଗୁଡିକ ସୀମା ପାର କରି ଆସିବା ପରେ ବାଲୁଗାଁ ଏନ୍ ଏ ସି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ସହ ଅହିଂସା ରଥ ଗୁଡିକୁ ବାଲୁଗାଁ ଚିଲିକା କୂଳ ନିକଟରେ ଗୋଟି ଗୋଟି କରି ଧାଡି ବାନ୍ଧି ଛିଡାହୋଇଥିଲେ। ଗାଡି ଗୁଡିକ ପହଞ୍ଚିବା ପରେ ଜାତୀୟ ସଂଗୀତ ଗାନ କରି ବିଭିନ୍ନ ସ୍କୁଲ୍ ଏବଂ କଲେଜ୍ ର ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ପରିସମାପ୍ତି ପରେ ଖୋର୍ଦ୍ଧା ଜିଲ୍ଲାପାଳ, ଚିଲିକା ବିଡିଓ, ଚିଲିକା ତହସିଲଦାର , ବାଲୁଗାଁ ଏସ୍ ଡି ପି ଓ ଏବଂ ବାଲୁଗାଁ ଏନ୍ ଏ ସି ଅଧ୍ୟକ୍ଷା ପ୍ରମୁଖ ମିଶି ଅହିଂସାରଥକୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରି ବାଣପୁର ବ୍ଲକକୁ ହସ୍ତାନ୍ତର କରିଥିଲେ।

Related posts

ସାଇକେଲରେ ଜଗଦଲପୁରରୁ ଝାରଖଣ୍ଡକୁ ଯାତ୍ରା

mahabharatanews

ବ୍ୟାଙ୍କ ଋଣ ଦେଇନପାରିବାରୁ ବିଷ ପିଇ ଜୀବନ ହାରିଲେ ଚାଷୀ

mahabharatanews

ନଗର ଉନ୍ନୟନ ବିଭାଗ ପକ୍ଷରୁ ବୁଲା କୁକୁରଙ୍କୁ ଖାଦ୍ୟ ବଣ୍ଟନ

mahabharatanews