ଭାରତ

ମୃତ କୃଷକଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ରାଶି

(ଦିଲ୍ଲୀ) : କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା କୃଷକ ଶୁଭକରଣ ସିଂଙ୍କ ସମ୍ପର୍କରେ ପଞ୍ଜାବ ସରକାର ଏକ ବଡ ଘୋଷଣା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମୃତ୍ୟୁ ବରଣ କରିଥିବା ଶୁଭକରଣ ସିଂଙ୍କ ପରିବାରକୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ବ୍ୟତୀତ ଶୁଭକରନ ସିଂଙ୍କ ସାନ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯିବ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ଭଗବାନ୍ତ ମାନ୍ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଥିଲେ। ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ବୁଧବାର ଦିନ ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଅବସ୍ଥିତ ଶମ୍ଭୁ ଏବଂ ସୀମାରେ ବିଶୃଙ୍ଖଳା ଦେଖାଦେଇଥିଲା ଯେତେବେଳେ କୃଷକ ଆନ୍ଦୋଳନରେ ଆସିଥିବା ୨୧ବର୍ଷ ବୟସ୍କ ଯୁବକ କୃଷକ ଶୁଭକରନ୍ ସିଂଙ୍କ ଦେହାନ୍ତ ହୋଇଥିଲା। ମୃତ ଦୁଇ ଭଉଣୀଙ୍କ ଏକମାତ୍ର ଭାଇ ଥିଲେ। ଶୁଭକରଣ ସିଂଙ୍କ ମୃତ୍ୟୁ ପରେ କୃଷକମାନେ ଦିଲ୍ଲୀ ଯାତ୍ରା ଯୋଜନାକୁ ଦୁଇ ଦିନ ସ୍ଥଗିତ ରଖିଥିଲେ।

Related posts

ଅମୃତସର ପରିବର୍ତ୍ତେ ପାକିସ୍ତାନ ପହଞ୍ଚିଲା ବିମାନ

mahabharatanews

‘ରାମ’ ଫିଲ୍ମ ପଶ୍ଚିମ ଓଡିଶାରେ ରିଲିଜ ନକରିଦେବା ଅଭିଯୋଗରେ ମୋନଜ ମିଶ୍ରକୁ ୨ ବର୍ଷ ବ୍ୟାନ 

mahabharatanews

ଯୌନ ନିର୍ଯାତନା ମାମଲା, ବ୍ରଜଭୂଷଣଙ୍କ ବୟାନ ରେକର୍ଡ

mahabharatanews