ଓଡିଶାଶିକ୍ଷା

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ତାତି ଅସମ୍ଭାଳ । ଡହ ଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଏହାକୁ ନଜର ରଖି ମୁଖ୍ୟମନ୍ତ୍ରୀ ନେଇଛନ୍ତି ଇଙ୍ଗ ନିଷ୍ପତ୍ତି । ଆସନ୍ତା କାଲୁଠୁ ରାଜ୍ୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଖରା ବଢୁଥିବାରୁ ପୂର୍ବରୁ ୨ ଦିନ ଯାଏ ସ୍କୁଲ ଛୁଟି କରାଯାଇଥିଲା ।

Related posts

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଠକେଇ

mahabharatanews

ବୃଦ୍ଧି ପାଉଛି ମାଓ ହିଂସା ; ବୃଦ୍ଧଙ୍କୁ ଗଳା କାଟି ନିର୍ମମ ହତ୍ୟା

mahabharatanews

ସବୁଠି ବଢିଛି କେଜିଏଫ୍ କ୍ରେଜ୍, ଫିଲ୍ମ ଦେଖିବାକୁ ରାତି ୨ରୁ ଲମ୍ବା ଲାଇନ୍

mahabharatanews