ଓଡିଶା

ଓଡ଼ିଶା ବାହାରେ ଖେଲିବ ଓଡ଼ିଆଙ୍କ ପାଇଁ ସହାୟତା କକ୍ଷ

ଭୁବନେଶ୍ୱର: ରୋଜଗାର କରିବା ପାଇଁ ଓଡ଼ିଆ ମାନେ ରାଜ୍ୟବାହାରେ ରହି କାମ କରୁଛନ୍ତି । ବାହାରେ ରହି କାମ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ନିର୍ଯାତିତ ଶୀକାର ହେବା ସହ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାର ଅଭିଯୋଗ ଆସୁଛି । ଏହି ସବୁ କାରଣରୁ ଆଗକୁ ଏହିପରି ଅଘଟଣ ନ ହେଉ ସେଥିପାଇଁ ରାଜ୍ୟ ଶ୍ରମ ବିଭାଗ ନିସ୍ପତି ନେଇଛନ୍ତି ସିଧା ସଳଖ ହସ୍ତଖେପ କରିବେ । ତୁରନ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଖରେ ସହାୟତା ପାହଞ୍ଚିପାରିବ । ଏଥିଲାଗି ବିବାଘ ପକ୍ଷରୁ ଏକ ସଂସ୍ଥାକୁ ନିୟୋଜିତ କରିଛନ୍ତି । ମାସେ ରୁ ଦୁଇମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ଏହି ଚିଠି ପ୍ରସ୍ତାବ ଆସିବା ପରେ ପାର୍ଯ୍ୟକାରୀ ହେବ ।
ଓଡ଼ିଶା ଶ୍ରମିକଙ୍କ ପ୍ରବାସ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବହୁବିଧ ଯୋଜନା କାର୍ୟ୍ୟକାରୀ କରାଯାଇଛି। ସେହିପରି ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସେମାନେ କେଉଁ ସ୍ଥାନକୁ ଯାଉଛନ୍ତି, କାହା ପାଖରେ କାମ କରିବେ, କେଉଁ ପ୍ରକାର ବୃତ୍ତିରେ ନିୟୋଜିତ ହେବେ, କାହା ସହାୟତାରେ ରାଜ୍ୟ ବାହାରକୁ ଯାଉଛନ୍ତି ଆଦିର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କ ପାଖରେ ରହିବ। ଦ୍ୱିତୀୟରେ ସେମାନେ ଅନ୍ୟ ରାଜ୍ୟରେ କୌଣସି ସମସ୍ୟା ଭୋଗିଲେ ଅବା ନିର୍ୟ୍ୟାତନାର ଶିକାର ହେଲେ, ତା’ହେଲେ ସରକାର ହସ୍ତକ୍ଷେପ କରିବେ।

Related posts

ଖୋର୍ଦ୍ଧାରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ

mahabharatanews

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ପାରାଦ୍ୱୀପ ବିଜେପି ପକ୍ଷରୁ ଶୋଭଯାତ୍ରା

mahabharatanews

କରୋନାରେ ପୁଣି ଜଣେ ସାମ୍ବାଦିକ ଆଖି ବୁଜିଲେ

mahabharatanews