ଓଡିଶାରାଜନୀତି

ଜି-୨୦ ଅଧ୍ୟକ୍ଷତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦିନିକିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜି-୨୦ ଅଧ୍ୟକ୍ଷତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏକ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସୂଚନାନୁସାରେ, ୨୦୨୩ ନଭେମ୍ବର ମାସ ସୁଦ୍ଧା ଜି-୨୦ର ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ଏଥିପାଇଁ ୫୫ଟି ସ୍ଥାନ ଚିହ୍ନଟ କରାଯାଇଛି ।

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତିରାଜି ନିକଟରେ ୫ଟି ବୈଠକ କରାଯିବ । ଏହା ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥାନ ପାଇଛି । ଏହି ବୈଠକରେ ଯୋଗ ଦେବା ପରେ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Related posts

ସ୍କୁଲ ମରାମତିକୁ ନେଇ ଉତ୍ତେଜନା

mahabharatanews

ଝୁଲନ୍ତା ଅବସ୍ଥାରେ ଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର

mahabharatanews

ହୁ ହୁ ହୋଇ ଜଳିଗଲା  ସୋରୁମ , ୨କୋଟି କ୍ଷତି 

mahabharatanews