ରାଜନୀତି

ମୁଶାରଫଙ୍କ ଆବେଦନକୁ ହାଇକୋର୍ଟଙ୍କ ଅଗ୍ରାହ୍ୟ

(ମହାଭାରତ, ମଧୁସ୍ମିତା ତ୍ରିପାଠୀ): ଦେଶଦ୍ରୋହ ଅପରାଧରେ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଆବେଦନକୁ ଲାହୋର ହାଇକୋର୍ଟ ଫେରାଇ ଦେଇଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ଅଦାଲତଙ୍କ ରାୟର ସମୀକ୍ଷା ପାଇଁ ଶୁକ୍ରବାର ମୁଶରଫ ଆବେଦନ କରିଥିଲେ । ବିଚାରପତି ମାଜାହିର ଅଲୀ ଆକବର ନକଭିଙ୍କ ଇଜଲାସରେ ଆସନ୍ତା ଜାନୁଆରୀ ୯ରେ ଏହାର ଶୁଣାଣି ହେବ ବୋଲି ପୂର୍ବରୁ ମୁଶରଫଙ୍କ ଓକିଲ ସୂଚନା ଦେଇଥିଲେ । କିନ୍ତୁ ଶନିବାର ଲାହୋର ହାଇକୋର୍ଟ ରେଜିଷ୍ଟ୍ରାର ଏହାକୁ ଫେରାଇ ଦେଇଛନ୍ତି । ଛୁଟି କାରଣରୁ ବିଚାରପତି ନ ଥିବା ରେଜିଷ୍ଟ୍ରାର ଦର୍ଶାଇଛନ୍ତି । ମାସକ ପରେ ସେ ସାନି ଆବେଦନ କରି ପାରିବେ ବୋଲି ରେଜିଷ୍ଟ୍ରାର କହିଛନ୍ତି । ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସ୍ୱତନ୍ତ୍ର ଅଦାଲତ ବିଚାରପତି ୮୬ ପୃଷ୍ଠାର ରାୟରେ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତଦେହକୁ ୩ ଦିନ ସର୍ବସାଧାରଣ ସ୍ଥାନରେ ଝୁଲାଇ ରଖିବାକୁ ରାୟ ଦେଇଥିଲେ । ଏହି ରାୟକୁ ମୁଶାରଫ ଦ୍ୱନ୍ଦାତ୍ମକ ବୋଲି ଦର୍ଶାଇଛନ୍ତି ।

Related posts

ସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼

mahabharatanews

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

mahabharatanews

ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ

mahabharatanews