ଓଡିଶା

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) : ନୂଆବର୍ଷ ଅବସରରେ ସେ ବଲାଙ୍ଗିରଙ୍କୁ ନୂଆ ଉପହାର ଭେଟି ଦେବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ । ଆଉ ବଲାଙ୍ଗିରର ଜୀବନରେଖା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିବହନ, ଗମନାଗମନ ଭଳି ବିଭିନ୍ନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ଆହୁରି ଅନେକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁସାରେ, ବୁଧବାର ମୁଖ୍ୟମନ୍ତ୍ରୀ ୩୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଗୁଡ଼ିକୁ ଉଦ୍ ଘାଟନ କରିବେ । ପାନୀୟ ଜଳଯୋଗାଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ଜିଲ୍ଲାର ଟିଟିଲାଗଡ଼, ଆଗଲପୁର, ଦେଓଗାଁ, ଲୋଇସିଂହା, ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼ ଭଳି ୭ଟି ବ୍ଳବୁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସେହିପରି ୧୭ କୋଟି ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଟିଟିଲାଗଡ଼ଠାରେ ଉପଖଣ୍ଡ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ।

Related posts

ଆଜି ମକରଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews

ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ କରି ଏସଆଇ ନିଲମ୍ବିତ

mahabharatanews

ନିଶ୍ଚିନ୍ତକୋଇଲିରେ ଶ୍ରୀ ମୁକ୍ତେଶ୍ଵରଙ୍କ ସପ୍ତମ ବାର୍ଷିକ ଯଜ୍ଞୋତ୍ସବ ଅନୁଷ୍ଠିତ

mahabharatanews