(ରାଇରଙ୍ଗପୁର, ସତ୍ୟନାରାୟନ ପାଲ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ତଥା ସାତଟି ଯାକ ବ୍ଲକରେ ଯଥା-ତିରିଙ୍ଗ, ବହଳଦା, ଜାମଦା, କୁସୁମୀ, ବିଶୋଇ, ବିଜାତଳା ଏବଂ ରାଇରଙ୍ଗପୁରରେ ସମ୍ପୂର୍ଣ୍ଣ ଲକଡାଉନ ଥିବା ଦେଖିବାକୁ ମିଳିଛି । ଖାଲି ଅତି ଜରୁରୀକାଳୀନ ସେବାର ଗାଡି ଗୁଡିକ ଚଳ ପ୍ରଚଳ କରୁଥିବାର ଦେଖିବାକୁ ମିଳିଥିଲା । ନିହାତି ଜରୁରୀ କାମ ନ ଥିଲେ କେହି ଘରୁ ବାହାରକୁ ବାହାରୁ ନାହାନ୍ତି । ଖାଲି ସକାଳେ ପନିପରିବା ଓ ମାଛ, ମାଂସ କିଣିବା ପାଇଁ ଲୋକମାନେ ବଜାରକୁ ଯାଉଛନ୍ତି । ତା ଛଡା ସକାଳ ସମୟ ନଅଟା ପରେ ରାସ୍ତା ପୁରା ସୁନସାନ ରହୁଛି । ଖାଲି କୋରନା ପାଇଁ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କ ଛଡା ଆଉ ରାସ୍ତାରେ କାହାରିକୁ ଦେଖିବାକୁ ମିଳିନଥିଲା । ରାଇରଙ୍ଗପୁର ପୌରପାଳିକା ତରଫରୁ ଡ଼ାକବାଜିଯନ୍ତ୍ର ସାହାଯ୍ୟରେ ବାରମ୍ବାର ଲୋକମାନଙ୍କୁ ସଚେତନତା କରିବା ସହିତ ନିହାତି ଜରୁରୀ କାମ ନ ଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଉଥିଲା । ରାଇରଙ୍ଗପୁର ଆଖ ପାଖ ଗାଁ ଗୁଡିକ ନିଜେ ଲୋକମାନେ ମିଶି ଯେମିତି ବାହାରୁ ଜରୁରୀକାଳୀନ ସେବା ଗାଡି ଗୁଡିକ ଛଡା ଅନ୍ୟ କୌଣସି ଗାଡି ଭିତରକୁ ପ୍ରବେଶ କରିପାରିବ ନାହିଁ ।ସେମାନେ ସେଥିପ୍ରତି ଦୃଷ୍ଟି ଦେଉଥିଲେ । ତା ସହିତ ବାଉଁଶରେ ସେମାନେ ରାସ୍ତାକୁ ଅବରୋଧ କରୁଥିଲେ। ଲୋକମାନଙ୍କୁ ଦୂରତା ରହିବା ପାଇଁ ଅନୁରୋଧ କରୁଥିଲେ । ଏହି ଲକଡାଉନରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ପୌରପାଳିକା ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭାଗବତ ପ୍ରସାଦ ମହାପାତ୍ର ସହିତ ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀ ଏଡିସେନାଲଝଚ ଅଶୋକ କୁମାର ପଟ୍ଟନାୟକ, ଏସଡିପିଓ ସେହ୍ନକ୍ଷଶିଷ ସାହୁ ଏବଂ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ରେଣୁବାଳକ୍ଷ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ସହିତ ପୋଲିସ କର୍ମଚାରୀ ଭାଇ ଓ ଭଉଣୀ ମାନେ ଯୋଉମାନେ କି ସକାଳ ସାତ ଟା ରୁ ରାତି ୧୦ ଟା ପର୍ୟ୍ୟନ୍ତ ଖରାକୁ ଖାତିରି ନକରି କାର୍ୟ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କୁ ଆମେ ଅଯଥାରେ ହଇରାଣ ନ କରି ତାଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ । ବିଶେଷ କରି ଜଣେ ମହିଳା ହୋଇ ରାଇରଙ୍ଗପୁର ସହରର ଲକଡାଉନ ସୁଚାରୁ ରୂପେ ତୁଲାଇ ଆସୁଥିବାରୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅତି ପରିଚିତ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ରେଣୁବାଳା ସାହୁ ତାଙ୍କୁ ତାଙ୍କ ଏହି ଲକଡାଉନ କାର୍ୟ୍ୟକୁ ସୁଚାରୁ ରୂପେ ତୁଲାଇ ଆସୁଥିବାରୁ ତାଙ୍କୁ ଆମ ରିପୋଟର୍ସଟୁଡେ ଚେନାଲ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।
previous post
next post
