ଭୁବନେଶ୍ୱର: କରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଦେଶରେ ଲକଡାଉନ ଜାରି ରହିଛି । ଏହା ମଧ୍ୟରେ ସବୁ କିଛି ଠପ ହୋଇଯାଇଛି । ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବ।। କୃଷି ଶ୍ରମିକ, ସହାୟକ ଓ ବନ୍ୟଜାତ ଦ୍ରବ୍ୟ ଉତ୍ପାନରେ ନିୟୋଜିତ ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଜୀବନ ସହ ଅର୍ଥନୀତି ଅଙ୍ଗାଅଙ୍ଗୀଭାବେ ଜଡିତ ଥିବାରୁ ରାଜ୍ୟସରକାର କୃଷି ଓ ମତ୍ସ୍ୟ ଉତ୍ପାନ କ୍ଷେତ୍ରକୁ କଟକଣା ମୁକ୍ତ କରିଥିଲେ । ଏବେ କେନ୍ଦ୍ରୁପତ୍ର ସଂଗ୍ରହକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜ୍ୟର ଏକ ସିଂହଭାଗ ଲୋକ ରୋଜଗାର ହାସଲ କରିବାରେ ସକ୍ଷମ ହୋଇପାରିବେ । କେନ୍ଦୁପତ୍ର ତୋଳା କାର୍ଯ୍ୟ ଉପରୁ କଟକଣା ଉଠିବା ପରେ ଆଗାମୀ ଦିନରେ ପ୍ରାୟ ୫୦୦ କୋଟି ଟଙ୍କାର ଆୟ ହେବ ବୋଲି ଆଶା କରାଯାଉଛି ।
ରାଜ୍ୟରେ ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି । ଗୋଟିଏ କେରୀ ବା ୨୦ଟି ପତ୍ର ତୋଳିଲେ ୪୦ ଟଙ୍କା ଆୟ କରିଥାଏ ଜଣେ ଶ୍ରମିକ । ସେହିପରି ପ୍ରକ୍ରିୟାକରଣ ହେଉ ନ ଥିବା ଅଞ୍ଚଳରେ ୪୦ ପତ୍ର ପାଇଁ ୮୦ ପଇସା ମିଳିଥାଏ । ସରକାର ଏହି କ୍ଷେତ୍ରରୁ କଟକଣା ଉଠାଇଥିବାରୁ ଏହାକୁ ବିଭିନ୍ନ ବର୍ଗରୁ ସ୍ୱାଗତ କରାଯାଇଛି । ରାଜ୍ୟ ସରକାର କେନ୍ଦୁପତ୍ର ଯୋଗାଇ ସୁନାମ ଅଜର୍୍ନ କରିଛି । କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିୟୋଜିତ ସଂଗଠନ ବାର୍ଷିକ ପ୍ରାୟ ୫ ଲକ୍ଷ କ୍ୱିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରି ସାରା ଦେଶକୁ ତଥା ରାଜ୍ୟର ଆବଶ୍ୟକତା ପୂରଣ କରିଥାଏ ।
