ଓଡିଶା

ସମ୍ବଲପୁରରେ ବର୍ଷେ ବନ୍ଦ ସମସ୍ତ ଧାର୍ମିକ ଶୋଭାଯାତ୍ରା

(ସମ୍ବଲପୁର) :  ଜିଲ୍ଲାରେ ବର୍ଷେ ପାଇଁ ବନ୍ଦ ରହିବ ସମସ୍ତ ଧାର୍ମିକ ଶୋଭାଯାତ୍ରା । ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସମ୍ବଲପୁର ଏସପି ମୁକେଶ ଭାମୁ ଏନେଇ ସୂଚନା ଦେଇଛନ୍ତି ।

ମହରମ, ହନୁମାନ ଜୟନ୍ତୀଙ୍କୁ ନଜରରେ ରଖି ପଦକ୍ଷେପ ନିଆଯାଇଛି ବୋଲି ଏସପି କହିଛନ୍ତି । ବିଭିନ୍ନ ଥାନାର ଆଇଆଇସିମାନେ ସ୍ଥାନୀୟ ଅଞ୍ଚଳରେ ପର୍ବପର୍ବାଣୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି । ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ହେଲେ ସମସ୍ତ ପରମ୍ପରା ନୀତି ଅନୁଯାୟୀ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଏସପି ସ୍ପଷ୍ଟ କରିଛନ୍ତି ।

Related posts

ଓଡ଼ିଆଙ୍କ ପ୍ରିୟ ବିଶ୍ୱ ପଖାଳ ଦିବସ

mahabharatanews

୧୫ରେ ବାହାରିବ ଯୁକ୍ତ ୨ ଫଳ , ୧୯ମାର୍କ ମିଳିବ ଗ୍ରେସ୍ ମାର୍କ

mahabharatanews

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

mahabharatanews