Uncategorized

କରୋନାରେ ପ୍ରଥମ ଭାରତୀୟ ଯୁବକଙ୍କ ମୃତ୍ୟୁ

ପାଟନା: ଆଜି ସକାଳେ ବିହାରର ପାଟନାସ୍ଥିତ ଏମ୍ସରେ ଜଣେ ୩୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହେବା ପରେ ଭାରତରେ ମୃତ୍ୟୁ ସଂଖ୍ୟା ଅପରାହ୍ନ ସୁଦ୍ଧା ୬ରେ ପହଞ୍ଚିଛି । ତାଙ୍କ କିଡନୀଗତ ସମସ୍ୟାକୁ ନେଇ ସେ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ କରୋନା ହୋଇଥିବା ଜଣାପଡିଥିଲା । ରାଜେନ୍ଦ୍ର ମେମୋରିଆଲ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର ନିର୍ଦେଶକ ଡାକ୍ତର ପ୍ରଦୀପ ଦାସ କହିଛନ୍ତି ଯେ କତାରରୁ ଫେରିଥିବା ଏହି ୩୮ ବର୍ଷୀୟ ବ୍ୟକ୍ତିଜଣକ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ବିହାରରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି ।

କରୋନାଭାଇରସରେ ଆକ୍ରାନ୍ତ ହୋଇ ଆଜି ମହାରାଷ୍ଟ୍ରରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ହାଇପର ଟେନସନ, ହୃଦଘାତ ଓ ଡାଇବେଟିସର ରୋଗୀ ଥିଲେ । ସେହିପରି ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଜଣେ ୬୩ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଥିବା କଥା ଆଜି ସକାଳେ ଜଣାପଡ଼ିଥିଲା । ଏହା ଥିଲା ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣଜନିତ ଦ୍ୱିତୀୟ ମୃତ୍ୟୁ । ପୂର୍ବରୁ ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ ଓ ରାଜସ୍ଥାନରେ ଜଣେ ଲେଖାଏଁ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିଲେ ।

Related posts

ବିଶ୍ୱର ସବୁଠାରୁ ଗେଡା ଖଗେନ୍ଦ୍ରଙ୍କ ମୃତ୍ୟୁ

mahabharatanews

ନୀରବଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ

mahabharatanews

ଦେଶରେ କରୋନା ମୃତ୍ୟୁ ୬୪୦ ଛୁଇଁଲା

mahabharatanews