Uncategorized

ହ୍ୱାଟ୍ସଆପରେ ପାଠ ପଢାଇବାକୁ ଆସାମ ସରକାରଙ୍କ ନିର୍ଦ୍ଦେଶ

ଗୌହାଟି: ହ୍ୱାଟ୍ସଆପ୍ ଜରିଆରେ ପାଠ ·ଲୁ କରିବାକୁ ଆସାମ ସରକାର ସ୍କୁଲମାନଙ୍କୁ ନିର୍ଦେଶ ଦେଇଛି । କରୋନା ଭାଇରସ୍ ସଂକ୍ରମଣ ଆଶଙ୍କାରେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବାରୁ ପାଠ ପଢାରେ ଉପୁଜି ଥିବା ବାଧାକୁ କିଛି ମାତ୍ରାରେ ଦୂର କରିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ହ୍ୱାଟ୍ସ୍ଆପ୍ ଜରିଆରେ କୋର୍ସ ମ୍ୟାଟେରିଆଲ ଏବଂ ହୋମୱାର୍କ ଦେବା ପାଇଁ ସରକାର ଶନିବାର ଦିନ ନିର୍ଦେଶ ଦେଇଛିି । ଏଥିପାଇଁ ହ୍ୱଟ୍ସ୍ଆପ୍ ଗ୍ରୁପ୍ କରିବାକୁ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ କହିବା ନିମନ୍ତେ ଶିକ୍ଷା ବିଭାଗ ସ୍କୁଲମାନଙ୍କୁ ନିର୍ଦେଶ ଦେଇଛି । ଏହା ବ୍ୟତୀତ ପାଠ୍ୟ ଖସଡ଼ା ଆଧାରିତ ବିଷୟରେ କ୍ଷୁଦ୍ର ଭିଡିଓ ସବୁ କରି ସେଗୁଡ଼ିକୁ ହ୍ୱାଟ୍ସ୍ଆପ୍ ଗ୍ରୁପରେ ଅପଲୋଡ୍ କରିବାକୁ ଶିକ୍ଷା ବିଭାଗ ଶିକ୍ଷକମାନଙ୍କୁ କହିଛି । ପିଲାମାନଙ୍କ ଘରକୁ ଯିବା ସହ ସକାଳ ୭ଟାରୁ ୯ଟା ଏବଂ ସନ୍ଧ୍ୟା ୭ଟାରୁ ୯ଟା ଯାଏଁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ କିଂବା ହ୍ୱାଟସ୍ଆପ୍ ଯୋଗେ ପାଠ ପଢିବାରେ ସହଯୋଗ କରିବାକୁ ଶିକ୍ଷା ବିଭାଗ ପରାମର୍ଶ ଦେଇଛି । ଏହାଛଡ଼ା ଭବିଷ୍ୟତରେ ସ୍କୁଲ୍ ସବୁ ଗୁଗଲ୍ କ୍ଲାସରୁମ୍ ଭଳି ଟେକ୍ନୋଲଜି ବ୍ୟବହାର କରିବାକୁ କୁହାଯାଇଛି ।

Related posts

ଗୁଆଙଗଚୌ ଯାଇଥିବା ୫ ପାଇଲଟଙ୍କଠାରେ କରୋନା ଚିହ୍ନଟ

mahabharatanews

ଦେଶରେ କରୋନାକୁ ପ୍ରତିହତ କରିବାରେ ଗୋଆ ସଫଳ

mahabharatanews

କରୋନା ଛୁଟିରେ ପିଲାଙ୍କୁ ଶିଖାନ୍ତୁ କିଛି ନୂଆ କଥା

mahabharatanews