Uncategorized

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

(ମମତା ସାମଲ ): ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଲାଗି ସମଗ୍ର ବିଶ୍ୱରେ ୩ ଲକ୍ଷ ୬୪ ହଜାର ୪୩୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ବିଶ୍ୱରେ ମୋଟ ୫୪ ଲକ୍ଷ ୯୪ ହଜାର ୪୧୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏଥିରୁ ସୋମବାର ସକାଳ ସାଢ଼େ ୬ଟା ପର୍ୟ୍ୟନ୍ତ ୨୨ ଲକ୍ଷ ୯୯ ହଜାର ୩୪୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨୮ ଲକ୍ଷ ୪୮ ହଜାର ୬୫୮ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୫୩ ହଜାର ୨୨୪ ଜଣ ଗୁରୁତର ଅଛନ୍ତି ।
କରୋନା ଭାଇରସ ଯୋଗୁଁ ସଂଯୁକ୍ତ ରାଷ୍ଟ୍ର ଆମେରିକାର ସ୍ଥିତି ଦୟନୀୟ ଅବସ୍ଥାରେ ପହଞ୍ଚିଛି । ଦେଶରେ ୧୬ ଲକ୍ଷ ୮୬ ହଜାର ୪୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୯୯ ହଜାର ୩୦୦ । କିନ୍ତୁ ୪ ଲକ୍ଷ ୪୫ ହଜାର ୭୦୨ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଆହୁରି ୧୧ ଲକ୍ଷ ୩୫ ହଜାର ୪୪୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ୧୭ ହଜାର ୧୩୫ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୩ ଲକ୍ଷ ୬୩ ହଜାର ୬୧୮ ସଂକ୍ରମିତ, ୨୨ ହଜାର ୭୧୬ ମୃତ
ଋଷିଆ: ୩ ଲକ୍ଷ ୪୪ ହଜାର ୪୮୧ ଜଣ ସଂକ୍ରମିତ, ୩ ହଜାର ୫୪୧ ଜଣ ମୃତ
ସ୍ପେନ: ୨ ଲକ୍ଷ ୮୨ ହଜାର ୮୫୨ ସଂକ୍ରମିତ, ୨୮ ହଜାର ୭୫୨ ମୃତ
ବ୍ରିଟେନ: ୨ ଲକ୍ଷ ୫୯ ହଜାର ୫୫୯ ସଂକ୍ରମିତ, ୩୬ ହଜାର ୭୯୩ ଜଣ ମୃତ
ଇଟାଲୀ: ୨ ଲକ୍ଷ ୨୯ ହଜାର ୮୫୮ ସଂକ୍ରମିତ, ୩୨ ହଜାର ୭୮୫ ମୃତ
ଫ୍ରାନ୍ସ: ୧ ଲକ୍ଷ ୮୨ ହଜାର ୫୮୪ ସଂକ୍ରମିତ, ୨୮ ହଜାର ୩୬୭ ଜଣ ମୃତ
ଜର୍ମାନୀ: ୧ ଲକ୍ଷ ୮୦ ହଜାର ୩୨୮ ଜଣ ସଂକ୍ରମିତ, ୮ ହଜାର ୩୭୧ ମୃତ
ତୁର୍କୀ: ୧ ଲକ୍ଷ ୫୬ ହଜାର ୮୨୭ ସଂକ୍ରମିତ, ୪ ହଜାର ୩୪୦ ଜଣ ମୃତ
ଇରାନ: ୧ ଲକ୍ଷ ୩୫ ହଜାର ୭୦୧ ସଂକ୍ରମିତ, ୭ ହଜାର ୪୧୭ ଜଣ ମୃତ

Related posts

ଖସିପଡିଲା ୪ ମହଲା କୋଠା

mahabharatanews

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews