ଓଡିଶା

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ରାୟଗଡ଼ା : (ଚିନ୍ମୟୀ ସ୍ୱାଇଁ):-ରାୟଗଡା ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି । ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। କମିଶନର ଏନେଇ ପୋଲିସ ଡିଜି ସୁନିଲ କୁମାର ବଂଶଲଙ୍କୁ ଚିଠି ଲେଖିଛନ୍ତି। ସୂଚନା ଥାଉକି, ରାୟଗଡ଼ା ଜିଲ୍ଲର କାଶିପୁର ବ୍ଲକ ଅନ୍ତର୍ଗତ ଦ୍ଵିମୁଣ୍ଡି ଗାଆଁର ଆଦିବାସୀମାନେ ଉତ୍କଳ ଆଲୁମିନା ପ୍ରକଳ୍ପ ପାଇଁ ହେଉଥିବା ସମସ୍ୟା ପାଇଁ ଜାତୀୟ ଜନଜାତି ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ତାଙ୍କୁ ୩ ଥର ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନଥିବାରୁ ଆୟୋଗ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି।

Related posts

ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭିନ୍ନ ପ୍ରୟାସ “ ଶିଶୁଟିଏକୁ ଗଛଟିଏ “

mahabharatanews

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ (GIS) ସଂଶୋଧିତ.

mahabharatanews

ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

mahabharatanews