ବିହାର : ଗୁପ୍ତଚର ଇଗଲ ବିହାରର ଦରଭଙ୍ଗା ଜିଲ୍ଲାରୁ ଉଦ୍ଧାର ହେଲା । ଇଗଲ ଶରୀରେ ଏକ କ୍ୟାମେରା ଭଳି ଡିଭାଇସ ଲାଗିଥିବା ଦେଖିବାକୁ ମିଳିଛି । ତାର ପାଦରେ ଏକ ରିଙ୍ଗ ବନ୍ଧା ହୋଇ ସେଥିରେ କିଛି ଲେଖା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସନ୍ଦିଗ୍ଧ ଇଗଲକୁ ଦେଖି ଗ୍ରାମବାସୀ ବହେଡା ଥାନା ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଉଚ୍ଚ ଅଧିକାରୀ ଏବଂ ବନ ବିଭାଗକୁ ସୂଚନା ଦେଇଛି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ରବିବାର ଦରଭଙ୍ଗା ଜିଲ୍ଲା ବହେଡା ଥାନା ଅନ୍ତର୍ଗତ ହାବିଭୌଆଡ ଗ୍ରାମର କ୍ଷେତରେ ହଠାତ ଏକ ଇଗଲ ଖସି ପଡ଼ିଥିଲା ।
ଶାଗୁଣାକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । ତାର ଶରୀରରେ କ୍ୟାମେରା ଭଳି ଏକ ଡିଭାଇସ ଲାଗିଥିବାବେଳେ ଗୋଡ଼ରେ ରିଙ୍ଗ ଲାଗିଥିଲା । ଯେଉଁଥିରେ କିଛି ଲେଖାହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ କେହି ଜଣେ ସନ୍ଦିଗ୍ଧ ଇଗଲ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଇଗଲ ଶରୀରରେ ଲାଗିଥିବା ଡିଭାଇସର ଯାଞ୍ଚ କରିଥିଲା । ଏଥିସହ ଉଚ୍ଚ ଅଧିକାରୀ ଏବଂ ବନ ବିଭାଗକୁ ଅବଗତ କରାଇଛି ।