ଭାରତ

କୃଷକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ

(ଦିଲ୍ଲୀ) : ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦାବିରେ ଚାଲିଥିବା କୃଷକ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଓ୍ବେବ୍‌ ଲିଙ୍କ୍‌କୁ କେନ୍ଦ୍ର ସରକାର ସାମୟିକ ଭାବେ ବ୍ଲକ୍‌ କରିଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁରୋଧକ୍ରମେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗତ ୧୪ ଓ ୧୯ ତାରିଖରେ ଏହି ଆକାଉଣ୍ଟଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି।

ସୂଚନାନୁଯାୟୀ , ଆଇଟି ଆଇର ଧାରା ୬୯ଏ ବଳରେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଏକ୍ସ, ସ୍ନାପ୍‌ଚାଟ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମର ୧୭୭ ଆକାଉଣ୍ଟକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଥିବା ସୂତ୍ରରୁ ପ୍ରକାଶ। କୃଷକମାନେ କେନ୍ଦ୍ରର ସର୍ତ୍ତ ନ ମାନି ଦିଲ୍ଲୀ ସୀମାରୁ ଜାତୀୟ ରାଜଧାନୀ ଅଭିମୁଖେ ଅଗ୍ରସର ହେବାରେ ଲାଗିଛନ୍ତି। ଚାଷୀ ନେତା ସରଓ୍ବନ୍‌ ସିଂ ପାନ୍ଧେର କହିଛନ୍ତି, କେନ୍ଦ୍ର ସରକାର ଏମ୍‌ଏସ୍‌ପି ସମ୍ପର୍କିତ ଆଇନ ପ୍ରଣୟନ ପାଇଁ ପାର୍ଲାମେଣ୍ଟର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡାକନ୍ତୁ। ଏହି ଖେଳାଳି ହେଲେ ସାମିଲ ସରକାର କୃଷିଋଣ ଛାଡ଼ ସମେତ ମୁଖ୍ୟ ଦାବିଗୁଡ଼ିକ ମାନିନେବା ଉଚିତ।

Related posts

ଗିରଫ ହେଲେ ଆପ ନେତା ବିଧାୟକ ଯଶବନ୍ତ ସିଂହ

mahabharatanews

ଭାରତରେ ଆଜିଠୁ 5G ସେବା ଆରମ୍ଭ

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

mahabharatanews