ଓଡିଶା

ଗଛରେ ଝୁଲି ପଡିଲେ ବାପା-ପୁଅ

ବାଂଶପାଳ: ଗଛରେ ଝୁଲି ପଡ଼ି ପ୍ରାଣ ହରାଇଲେ ବାପା-ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗାଁରେ । ଏଠାରେ ଗଛରେ ଝୁଲି ପଡ଼ି ପ୍ରାଣ ହରାଇଛନ୍ତି ବାପା ଆଉ ପୁଅ। ଘର ପାଖ ଜଙ୍ଗଲରେ ବେକରେ ଗାମୁଛା ଲଗାଇ ବାପା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାଯାଇଛି।ମୃତକ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା (ବାପା) ଓ ଶଙ୍କର ମୁଣ୍ଡା(ପୁଅ )। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକ ଶବ ଝୁଲୁଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାକୋଟ ଥାନା ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇ ଦୁଇ ଶବକୁ ଜବତ କରିଛି । ଘଟଣାର ତଦନ୍ତ ଆରମ୍ଭ କରି ଶବକୁ ବ୍ୟବେଚ୍ଛେଦ ପାଇଁ ପଠା ହୋଇଛି । ରିପୋର୍ଟ ଆସିଲା ପରେ ଜଣ ପଡିବ ଏହା ଆତ୍ମହତ୍ୟା ନା ହତ୍ୟା । ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Related posts

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews

ସିଆରପିଏଫ ଡିଜିପି ହେଲେ ଅମ୍ରିତ ମୋହନ ପ୍ରସା

mahabharatanews

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ପାଇଁ ବୋଲଗଡ ଯୁବଶକ୍ତି ପକ୍ଷରୁ କ୍ୟଣ୍ଡେଲ ଶୋଭାଯାତ୍ରା

mahabharatanews