କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ପର୍ତ୍ତମାହା ମେରୀ ଗମ୍ଫାଠାରେ । ପର୍ତ୍ତମାହା ମା ମେରୀଙ୍କ ପର୍ବ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି । ଏଥିରେ କଟକ-ଭୂବନେଶ୍ଵର ଆର୍ଚ୍ଚ ଡାଇସିୟସ୍ ମହାଧର୍ମାଧ୍ୟକ୍ଷ ଜୋହାନ ବାରୱଙ୍କ ପୋରହିତରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହୋଇଥିଲା । ମହାଧର୍ମାଧ୍ୟକ୍ଷଙ୍କ ସହିତ କଟକ – ଭୁବନେଶ୍ବର ଆର୍ଚ୍ଚ ଡାଇସିୟସ ଭିକାର ଜେନେରାଲ ଯାଜକ ପ୍ରଦଶ ନାୟକ , ଦାରିଙ୍ଗବାଡି ଧର୍ମାଞ୍ଚଳ ମୁଖ୍ୟ ମୁକୁନ୍ଦ ସିଂଙ୍କ ସହ ବିଭିନ୍ନ ଧର୍ମାଞ୍ଚଳର ଯାଜକ ସେବା ଭଗ୍ନୀ ଉପସ୍ଥିତ ରହି ଦିବ୍ୟଯଜ୍ଞ ସହଯୋଗ କରିଥିଲେ । ବ୍ଲକ ତଥା ଜିଲ୍ଲା ବାହାରର ହଜାର ହଜାର ମାନସିକ ଧାରୀ ଖ୍ରୀଷ୍ଟ ବିଶ୍ୱାସୀ ଯୋଗ ଦେଇ ପ୍ରାର୍ଥନା, ଆରାଧନା କରି ପର୍ତ୍ତମା ମା ମେରୀ ଙ୍କ ଧନ୍ୟବାଦ ଓ ମନାସି କରିଥିଲେ । ଦିବ୍ୟଯଜ୍ଞରେ ମହାଧର୍ମାଧ୍ୟକ୍ଷ ଜୋହନ ବାରୱ ଜଗତର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଲୋକ ଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦୟା,କ୍ଷମା ଓ ପ୍ରେମର ବାଣୀ ପ୍ରଚାର କରିଥିଲେ ।ପର୍ତ୍ତମା ମା ମେରୀ ଙ୍କ ପର୍ବ ପାଳନ କମିଟି ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ କମିଟି ପକ୍ଷରୁ ଗ୍ରାମ ଆରମ୍ଭରେ ନୃତ୍ୟ ତାଳେ ତାଳେ ମହାଧର୍ମାଧ୍ୟକ୍ଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ । ପବିତ୍ର ଦିବ୍ୟଯଜ୍ଞରେ ପୈାରହିତ କରିବା ପାଇଁ ଦାରିଙ୍ଗବାଡି ଧର୍ମାଞ୍ଚଳ ମୁଖ୍ୟ ଯାଜକ ସ୍ବାଗତ କରିଥିଲେ । ମେରୀ ଙ୍କ ଦର୍ଶନ ବିବରଣୀ ଅନନ୍ତ କୁମାର ବିଷୋୟୀ ପାଠ କରିଥିଲେ ଓ ପବିତ୍ର ବାଇବଲ ପଠନ ଅକ୍ଷୟ କୁମାର ସିଂ କରିଥିଲେ । ଦିବ୍ୟଯଜ୍ଞ ର ସଙ୍ଗୀତ ଦଳକୁ ମାଦକ ରାଜୀବ ସିଂହଙ୍କ ନେତୃତ୍ୱରେ ସଙ୍ଗୀତ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।