ଅପରାଧଓଡିଶା

ବହୁରୂପୀ ଏଣ୍ଡୁଅକୁ ଡିଲ୍ କଲାବେଳେ ଧରିଲା ବନ ବିଭାଗ

ଭୁବନେଶ୍ୱର : ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ । ଯାହାକୁ ବନ ବିଭାଗ ସହ ଫୋନ୍‌ରେ ଫାଇନାଲ ହେଲା ଡିଲ୍ କରିଥିଲେ ଜେଜେ ଓ ନାତି । ମାତ୍ର ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି । ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ୍ ଠାବ ହୋଇଥିବା ବେଳେ ଗିରଫ ୨ ଅଭିଯୁକ୍ତ ହେଉଛନ୍ତି । ଜଗତସିଂହପୁରର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି ।

ସୂଚନାନୁସାରେ , ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଭୁବନେଶ୍ୱର ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଜେଜେ ଓ ନାତି। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍‌। ଗ୍ରାହକ ସାଜି ଏଣ୍ଡୁଅ କିଣିବାକୁ ସେମାନଙ୍କ ସହ କଥା ହେବା ବେଳେ ଉଭୟଙ୍କୁ ମାଡ଼ି ବସିଲେ ବନ କର୍ମଚାରୀ। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ କରିବା ପରେ ଜେଜେ ଓ ନାତି କୁ ଗିରଫ କରିଛି ବନ ବିଭାଗ ।

Related posts

ପିଆସିଟିରେ ଠିକା ଶ୍ରମିକଙ୍କ ଆନ୍ଦୋଳନ ଚେତାବନୀ

mahabharatanews

୪୦ ଫୁଟ ଉଚ୍ଚ ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

mahabharatanews