ସତରେ କେତେ କରୁଣାମୟ ମହାବାହୁ । ଭାବକୁ ନିକଟ ଅଭବକୁ ଦୂର ବିଶ୍ୱ ନିୟନ୍ତା ବଡ଼ ଠାକୁର । ତାଙ୍କ ଚମତ୍କାରର କଳନା ନାହିଁ । ବହୁ ଦୂରରୁ ଭକ୍ତର ଡାକ ଶୁଣିଛନ୍ତି ମହାପ୍ରଭୁ । ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ଦୟାର ସାଗର ମହାପ୍ରଭୁ ତାହା ଶୁଣନ୍ତି । ଭକ୍ତର ଆକୁଳ ପ୍ରାର୍ଥନା ଶୁଣି କରୁଣାମୟ ମହାପ୍ରଭୁ ଏକ ନିଷ୍ପାପ ଶିଶୁକୁ ଦେଇଛନ୍ତି ନୂଆ ଜୀବନ । ଏଇଭଳି ଏକ ଆବେଗପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ସାମନାରେ । ସୁଦୂର ରାଜସ୍ଥାନରୁ ଧାଇଁ ଆସିଥିବା ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ ନୂଆ ଜୀବନ ଦାନ କରି କୋମାରୁ ଉଠାଇଛନ୍ତି ମହାପ୍ରଭୁ ।
/odishatv/media/media_files/2025/11/09/plead-2025-11-09-20-52-12.jpg)
ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ । ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ । ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲେ ପ୍ରକାଶ । ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ । ହେଲେ, କଥାରେ ଅଛି ନା, ଯେଉଁଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଅନ୍ତି ଜଗତର ଠାକୁର । ଠାକୁର ଲୀଳା ଦେଖାଇ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛନ୍ତି । ପୁଅକୁ ଚଳପ୍ରଚଳ କରୁଥିବା ଦେଖି ପ୍ରକାଶଙ୍କ ମନ ଭରିଯାଇଛିନ ଅସୁମାରୀ ଖୁସି ଆଉ ବଡ଼ ଦେଉଳକୁ ସେ ଚାହିଁ ଠାକୁରଙ୍କୁ ମନେ ମନେ ଧନ୍ୟବାଦ ଦେଉଛନ୍ତି । ସତରେ ମହାବାହୁ ତୁମେ ଲୀଳାମୟ, ଆଉ ତୁମ ମହିମା ଅବର୍ଣ୍ଣନୀୟ ।
/odishatv/media/post_attachments/uploadimage/library/16_9/16_9_0/recent_photo_1727013726.jpg)
