ଓଡିଶା

ଜାଇକୋଭ୍-ଡି ଟିକାକୁ ସବୁଜ ସଂକେତ

ନୂଆଦିଲ୍ଲୀ :  କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ପୁଣି ଏକ ଟିକା ସାମିଲ ହୋଇଛି । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡିକୁ ଭାରୀତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ବିଶେଷଜ୍ଞ କମିଟି (ସବଜେକ୍ଟ ଏକ୍ସପର୍ଟ କମିଟି) ସବୁ ସବୁଜ ସଂକେତ ପ୍ରଦାନ କରିଛି ।

ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାର୍ଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା । ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନି ଅନୁମତି ପାଇଁ ଆବେଦନ କରିଥିଲା । ଏହି ପରୀକ୍ଷଣରେ ଟିକାଟି ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନି ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ଯ୍ୟନ୍ତ ପିଅର ରିଭ୍ୟୁ (ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା) କରାଯାଇନାହିଁ ।

ଜେନେରିକ ଔଷଧ କମ୍ପାନୀ କାର୍ଡିଲା ହେଲଥ କେୟାର ଲିମିଟେଡ ପକ୍ଷରୁ ଜାଇକୋଭି-ଡି କୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେବାକୁ ଜୁଲାଇ ୧ ତାରିଖରେ ଆବେଦନ କରିଥିଲା । ଏହି ଆବେଦନ ୨୮ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ହୋଇଥିବା ଶେଷ ପର୍ଯ୍ୟାୟ ପରୀକ୍ଷଣ ଆଧାରରେ ମଗାଯାଇଥିଲା । ଏହି ପରୀକ୍ଷଣରେ ଟିକାର ପ୍ରଭାବ ୬୬.୬ ପ୍ରତିଶତ ବୋଲି ଜଣାପଡିଥିଲା । ସବୁଠାରୁ ବଡକଥା କି କମ୍ପାନୀ ତରଫରୁ କୁହାଯାଇଛି ଏହି ଟିକା ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏହି ଟିକା ବେସ୍ ପ୍ରଭାବଶାଳୀ ।

Related posts

ଡଟ୍ ଫେଷ୍ଟ ଅଷ୍ଟମ ସଂଧ୍ୟାରେ ସ୍ୱତନ୍ତ୍ର ମଜ୍ଜା ନେଲେ ଭିକାରୀ , ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର ଭୁବନେଶ୍ୱର;

mahabharatanews

ସ୍କୁଲ ପିଲାଙ୍କୁ ରାସ୍ତାରେ ଆଣ୍ଠେଇ ମଦ୍ୟପ ଶିକ୍ଷକ ବହିଷ୍କୃତ

mahabharatanews

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews