ଭୁବନେଶ୍ୱର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଓଡିଶାର ରୀତିନୀତି ହିସାବରେ ପାଳିତ ହୋଇଛି ବୋଇତ ବନ୍ଦାଣ । ହିନ୍ଦୁ ରୀତିନୀତି ଏବଂ ଇତିହାସ ଅନୁଯାୟୀ, ଏହି ଦିନ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ବୋଇତରେ ଯାତ୍ରା କରିଥିଲେ । ଏହି ପରମ୍ପରାକୁ ମନେ ରଖିବାକ ନିମନ୍ତେ ବୋଇତ ବନ୍ଦାଣ ପ୍ରତିବର୍ଷ ପାଳନ କରାଯାଉଛି ।
ତେବେ ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ମହୋଦଧି,ନଦୀ ଏବଂ ପୁଷ୍କରିଣୀରେ ଭୋର ୫ଟା ୩୮ ମିନିଟ୍ ପୂର୍ବରୁ ଡଙ୍ଗା ଭସା ଶେଷ ହୋଇଛି । ଏହା ସହ ବିଶ୍ବ ପ୍ରସିଦ୍ଧ କୋଣାର୍କ ଆର୍କକ୍ଷେତ୍ର ଚନ୍ଦ୍ରଭାଗା ମହୋଦଧି କୂଳରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି।ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ସବୁ ବନ୍ଦ ରହିଥିବାବେଳେ ଚଳିତ ବର୍ଷ କଟକଣା ହଟିବା ପରେ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ଚଳଚଞ୍ଚଳ ହୋଇଛି। ଏ ନେଇ ଦୂର ଦୁରନ୍ତାରୁ ଭକ୍ତ ତଥା ରାଜ୍ୟ ବାହାରର ଭକ୍ତ, ଶ୍ରଦ୍ଧାଳୁ ସାଧୁସନ୍ଥ ଓ ହାବିଷ୍ୟଳି ମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ରେ ଭିଡ଼ ଜମାଇଥିବା ବେଳେ ଏଠାକୁ ଆସି ପୁଣ୍ୟ ଅର୍ଜନ କରିଥାନ୍ତି । ତେବେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ବାଲୁକା ପୂଜା କରି ବୋଇତ କଦଳୀ ପାଟୁଆ , କାଗଜ ଡଙ୍ଗା ରେ ପାନ ଗୁଆ ଚାଉଳ ଦୀପ ଥୋଇ ବୋଇତ ଭସାଇଭସାଇଛନ୍ତି । ମହଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଡଙ୍ଗା ଭସା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ବିଶ୍ୱାସ ରହିଛି ଏହା କଲେ ଅଶେଷ ପୁଣ୍ୟ ମିଳିଥାଏ।
ଅତୀତରେ ଓଡିଶା ର ସାଧଵ ପୁଅ ମାନେ ଏହି ଦିନରେ ବ୍ୟବସାୟ ପାଇଁ ବିଦେଶ କୁ ଯାଇଥିଲେ । ସେତେବେଳେ ସାଧଵ ପୁଅ ମାନଙ୍କୁ ବନ୍ଦା ପନା କରି ବିଦାୟ ଦେଉଥିଲେ। ସେହି ପରମ୍ପରା ସମୃଦ୍ଦିରେ କୋଣାର୍କ ଅଞ୍ଚଳ ଅଧିବାସୀ ମାନେ ପ୍ରତିବର୍ଷ ଶୋଭନୀୟ ଶିକ୍ଷା ଶ୍ରମର କୁନି କୁନି ପିଲାମାନଙ୍କୁ ସାଧବ ପୁଅ ବୋହୁ ରୁପେ ସଜେଇ ସମୁଦ୍ର ରେ ବୋଇତ ଭସାଇ ଅତିତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା କୁ ମନେ ପକାଇ ଥାନ୍ତି । ତେବେ ଚନ୍ଦ୍ରଗ୍ରହଣ ଥିବାରୁ ତିନିଟା ରାତ୍ର ରୁ ଉଠି ବୋଇତ ଭସାଇ ଓଡ଼ିଆ ଘର ର ପରମ୍ପରା ଉଜିବିତ କରିଛନ୍ତି ଶ୍ରଦ୍ଧାଳୁମାନେ।
ସେହିପରି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ରାଜ ରଜେଶ୍ୱର୍ ବେଶ । ମହାପ୍ରଭୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ରେ ହଜାର ହଜାର ଭକ୍ତ ଙ୍କ ଭିଡ। ତେବେ ଆଜି ବୋଇତ ବନ୍ଦାଣ ସମେତ ଭାସାଣ ଥିବାରୁ ପୁରୀ ସମୂଦ୍ର କୂଳ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ହୋଇଛି। ଓଡ଼ିଶା ର ଅତୀତ ର ସମୃଦ୍ଧ ନୌବାଣିଜ୍ୟ ର ପରମ୍ପରାକୁ ମନେ ପକାଇ ବାକୁ ଆଜି ଓଡ଼ିଆ ମାନେ ରାତି ରୁ ଉଠି ସୁର୍ୟ୍ୟ ଉଦୟ ପୁର୍ବରୁ ମହୋଦଧି ରେ ବୋଇତ ଭସାଇଛନ୍ତି। କାର୍ତ୍ତିକ ବ୍ରତ କରୁଥିବା ହବିଶ୍ୟାଳି ମାନେ ମହୋଦଧି ରେ ବୁଡ ପକାଇ ସୁର୍ୟ୍ୟ ଦେବତା ଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି।
ସେପଟେ ଦୀର୍ଘ ଦୁଇ ବର୍ଷ ପରେ ବୋଇତ ଉତ୍ସବ ଅନୁଷ୍ଠିତ ହୋଇଥିବା ରୁ ପୋଲିସ ପ୍ରଶାସନ ପକ୍ଷରୁ ଲାଇଫ ଗାର୍ଡ, ଅଗ୍ନିଶମ ବିଭାଗ ସହ ପୋଲିସ ମୁତୟନ ବ୍ୟାପକ ବ୍ୟବସ୍ଥା ହୋଇଥିଲା ବେଳେ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବରେ ଡ଼ଙ୍ଗା ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
