ଓଡିଶା

ଭାରତୀୟ ତଟରକ୍ଷୀ ବାହିନୀରେ ଜାହାଜ ‘ବରାଦ’ ସାମିଲ

ପାରାଦ୍ୱୀପ: ପାରାଦ୍ୱୀପ ତଥା ଭାରତର ପୂର୍ବଉପକୂଳର ସୁରକ୍ଷା ନିମନ୍ତେ ବୁଧବାର ଦିନ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି କୋଷ୍ଟଗାର୍ଡ ଜାହାଜ ‘ବରାଦ୍’ । ଉପକୂଳ ଅଞ୍ଚଳରେ ପଇଁତରା ଦେବା ପାଇଁ ଉତ୍ତର-ପୂର୍ବ ମୁଖ୍ୟାଳୟରେ ସାମିଲ ହେବା ପରେ ଜାହାଜକୁ ପାରାଦ୍ୱୀପ ଜିଲ୍ଲା ମୁଖ୍ୟାଳୟ-୭ କୁ ପଠାଯାଇଥିଲା । ଲାରସନ୍ ଆଣ୍ଡ ଟୁବ୍ରୋ କମ୍ପାନୀ ଦ୍ୱାରା କାଟୁପାଲ୍ଳୀ ଠାରେ ଏହି ୯୮ ମିିଟର ଲମ୍ବ ଜାହାଜ ନିର୍ମାଣ ହୋଇଛି । ଏହି ଜାହାଜରେ ୩୦ ମିମି ଓ ୧୨.୭ ବନ୍ଧୁକ ସ୍ଥାପିତ ହୋଇଛି । ଗୋଟିଏ ଡବଲ ଇଂଜିନ ହେଲିକାପ୍ଟର ବହନ କରିବାର କ୍ଷମତା ‘ବରାଦ୍୍’ ଜାହାଜରେ ରହିଛି । ୨୧୦୦ ଟନ ଓଜନ ବିଶିଷ୍ଟ ଏହି ଜାହାଜରେ ୯୧୦୦ କିଲୋ ୱାଟ୍ର ଦୁଇଟି ଡିଜେଲ ଇଂଜିନ୍ ରହିଛି । କମାଣ୍ଡାଣ୍ଟ ପିଣ୍ଟୁ ବାଗ୍ଙ୍କ ସମେତ ୧୧ ଜଣ ଅଧିକାରୀ ଓ ୯୧ଜଣ କର୍ମଚାରୀ ରହିଥିବା ଭାରତୀୟ ତଟ୍ଟରକ୍ଷୀ ବାହିନୀ ପାରାଦ୍ୱୀପ ମୁଖ୍ୟାଳୟ-୭ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

Related posts

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି : ୫,୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରାଜ୍ୟସ୍ତରରେ ସାଲେପୁରର ମହମ୍ମଦ

mahabharatanews

ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

mahabharatanews