ଓଡିଶା

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ କରାଯିବ । ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମଧ୍ୟରେ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତି ମାନେ ମନ୍ଦିରକୁ ପ୍ରବେଶ କରିବେ । ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହେବେ । ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ ଯାହା ଫଳରେ ଏଥିରେ ରହିବ ସ୍ୱଚ୍ଛତା ।

ପ୍ରତ୍ୟେକ ସଦସ୍ୟ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଓର)ର ପ୍ରତିଟି ବିନ୍ଦୁକୁ ଗୁରୁତ୍ବପୂର୍ବକ ଏହି ପ୍ରକ୍ରିୟାରେ ସାମିଲ ହେବେ। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍‌ଓପି ପ୍ରସ୍ତୁତ ହୋଇଛି। ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ମେଳକ ସହ ଏହାକୁ ଓଜନ କରାଯିବ। ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ୨ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ। ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ। ଏଥିପାଇଁ ୬ଟି ସିନ୍ଦୁକ ପ୍ରସ୍ତୁତ କରି ରଖାଯାଇଛି।

Related posts

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ

mahabharatanews

ଜାତୀୟ ରାଜପଥ ପାଇଁ ୧୫୩୯ କୋଟି ଟଙ୍କା…

mahabharatanews

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରେ ଶ୍ରୀ ପାଣ୍ଡିଆନ୍ 

mahabharatanews