ଓଡିଶା

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରେ ଶ୍ରୀ ପାଣ୍ଡିଆନ୍ 

(ପୁରୀ) :  ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ଆରମ୍ଭ କରିଛନ୍ତି ପ୍ରଥମ କାମ । ୫ଟି  ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ତାଙ୍କର ପ୍ରଥମ ସମୀକ୍ଷା ପୁରୀରୁ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ସକାଳୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ସୂଚନାନୁଯାୟୀ , ଭୋର୍ ୪ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ ଦାୟିତ୍ଵ ଗ୍ରହଣ ପରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ landscaping କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ ।

Related posts

ଇସ୍ତଫା ଦେଲେ ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ

mahabharatanews

ଗୋଟିଏ ପଟେ ତାତି ଆଉ ଗୋଟେପଟେ ଅଦିନିଆ ବର୍ଷା

mahabharatanews

ପାଣ୍ଡିଆନଙ୍କ ହେଲିକେପ୍ଟର୍ ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ଆଇନ ମନ୍ତ୍ରୀ

mahabharatanews