ଖେଳ

ଆଜିଠୁ ଆରମ୍ଭ କବାଡ୍ଡି ଯୁଦ୍ଧ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭିଭୋ ପ୍ରୋ କବାଡ୍ଡି ଲିଗ ୨୦୨୧-୨୨ । ୧୨ଟି ଟିମକୁ ନେଇ ଏହି ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଜାନୁୟାରୀ ୨୦ ତାରିଖରେ ଖେଳାଯିବ । ତେବେ ଆଜି ଉଦଘାଟନୀ ଉତ୍ସବରେ ୩ ଟି ମ୍ୟାଚ ଖେଳାଯିବ । ଦିନର ପ୍ରଥମ ମ୍ୟାଚ ବେଙ୍ଗଲୁରୁ ବୁଲ୍ସ ଏବଂ ୟୁ ମୁମ୍ବା ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ତେଲୁଗୁ ଟାଇଟନ୍ସ ଏବଂ ତାମିଲ ତାଲାଇଭଲନ୍ସ । ସେହିପରି ଶେଷ ତଥା ତୃତୀୟ ମ୍ୟାଚ ବେଙ୍ଗଲ ୱାରିୟର୍ସ ଏବଂ ୟୁପି ଯୋଦ୍ଧା ମଧ୍ୟରେ ଖେଳାଯିବ ।

Related posts

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

mahabharatanews

କ୍ରିକେଟ ଦୂନିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବାପ-ପୁଅ ଯୋଡ଼ି

mahabharatanews