ମନୋରଞ୍ଜନ

‘ଦ କେରଳ ଷ୍ଟୋରି’ଅଭିନେତ୍ରୀଙ୍କର ହେଲା ଦୁର୍ଘଟଣା

(ମୁମ୍ବାଇ) : ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଲେ ବଲିଉଡ ବ୍ଲକବଷ୍ଟର ଓ ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମା । ମେ ୧୪ ତାରିଖରେ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ଭାଇରାଲ ହେବା ମାତ୍ରେ ଅଭିନେତ୍ରୀ ଅଦା ଶର୍ମା ନିଜେ ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି ।

ଅଦା ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଠିକ୍ ଅଛି । ମୋର ଦୁର୍ଘଟଣା ବିଷୟରେ ଖବର ପ୍ରସାରିତ ହେବା ପରେ , ମୋତେ ଅନେକ ମ୍ୟାସେଜ୍ ଆସୁଛି । ଆମର ପୁରା ଟିମ୍ ଠିକ୍ ଅଛନ୍ତି । କିଛି ଗମ୍ଭୀର ହୋଇ ନାହିଁ ।‘ଦ କେରଳ ଷ୍ଟୋରି’କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଜୀବନରୁ ମାରିବାର ଧମକ ମଧ୍ୟ ମିଳିଥିଲା ।

 

Related posts

ଶାଢ଼ିରେ  ହ୍ରିତିକଙ୍କ ପ୍ରେମିକା

mahabharatanews

‘ଡିପ୍‌ ଫେକ୍‌’ ଭିଡିଓ ମାମଲା : ବିହାରର ୧୯ ବର୍ଷର ଯୁବକକୁ ଜେରା

mahabharatanews

ଧର୍ମେନ୍ଦ୍ରଙ୍କ ଶେଷକୃତ୍ୟ: ବାପା ଧର୍ମେନ୍ଦ୍ରଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଲେ ଇଶା ଦେଓଲ

mahabharatanews