ମନୋରଞ୍ଜନ

ଶାଢ଼ିରେ  ହ୍ରିତିକଙ୍କ ପ୍ରେମିକା

(ମୁମ୍ବାଇ) :   ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ସମସ୍ତଙ୍କୁ ଜଣାଥିବ ନିହାତି । ତେବେ ଏହାରି ମଧ୍ୟରେ ହ୍ରିତିକଙ୍କ ପ୍ରେମିକା ସବାଙ୍କୁ ଶାଢ଼ିରେ ଦେଖିବା ପରେ ସୋସିଆଲ୍‌ ମିଡିଆ  ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ ,ନିକଟରେ ସବା ସୋସିଆଲ୍‌ ମିଡିଆରେ ‌ଏକ ଫଟୋ ପୋ‌ଷ୍ଟ୍‌ କରିଛନ୍ତି। ଫଟୋରେ ସେ ବାଇଗଣୀ ରଂଗର ଏକ ଶାଢ଼ି ସହ ନାଲି ରଂଗର ବ୍ଲାଉଜ୍‌ ପିନ୍ଧିଛନ୍ତି। ତାହା ସହିତ ସେ ବଡ଼ କାନଫୁଲ୍‌ ପିନ୍ଧି ନିଜ ଲୁକ୍‌କୁ ପୂରା କରିଛନ୍ତି। ଫଟୋ କ୍ୟାପ୍‌ସନରେ ସେ ଏହି ଫଟୋଟି ହ୍ରିତିକ୍‌ ଉଠାଇଛନ୍ତି ବୋଲି ନିଶ୍ଚିତ ବି କରିଛନ୍ତି। ଏହି ଯୋଡ଼ିଙ୍କୁ ପ୍ରଶଂସକମାନେ ଖୁବ୍ ଭଲପାଇବା ଦେଇ ଆସୁଛନ୍ତି। ପ୍ରଶଂସକମାନେ ଚାହାନ୍ତି ଯେ ସେ ଦୁହେଁ ବିବାହ କରନ୍ତୁ ବୋଲି।

Related posts

ଏହି କାରଣରୁ ଜୀବନ ହାରିଲେ ନିର୍ଦ୍ଦେଶକ ନୀତିନ ଦେଶାଇ ! 

mahabharatanews

ସିନେମା ଦୁନିଆରୁ ବିରତି ନେବେ ବଲିଉଡ କଳାକାର ରଣବୀର କପୁର

mahabharatanews

ମୁକ୍ତିଲାଭ କଲା  ‘The Vaccine War’

mahabharatanews