ମନୋରଞ୍ଜନ

 ବିବାଦରେ ‘ଦ କେରଳ ଷ୍ଟୋରି’: କଟିଲା ଏହି ଦୃଶ୍ୟ

(କେରଳ) :  ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନି ।  ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍।

ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି) ଏହି ଚଳଚ୍ଚିତ୍ରର ୧୦ଟି ଦୃଶ୍ୟ କାଟି ଦେଇଥିବା ଜଣାପଡ଼ିଛି। ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି।

ସୂଚନାନୁଯାୟୀ , ଏକ ଟିଭି ସାକ୍ଷାତ୍‌କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି। ସିବିଏଫ୍‌ସି ଏହି ସାକ୍ଷାତ୍‌କାରକୁ କାଟିଦେବାକୁ ଆଦେଶ ଦେଇଥିଲେ।

Related posts

ଉର୍ବଶୀଙ୍କ ପାଇଁ ୩କୋଟି ଟଙ୍କାର କେକ୍

mahabharatanews

 ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂ

mahabharatanews

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

mahabharatanews