ଓଡିଶା

ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିମନ୍ତେ ଗଠିତ ହୋଇଛି ସୋସାଇଟି। ଶ୍ରୀମନ୍ଦିର ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଏମଓୟୁ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି’ ସହ ବିର୍ଲା ଏଡୁକେସନ ଫାଉଣ୍ଡେସନର ବୁଝାମଣା ପତ୍ର (ଏମଓୟୁ) କରାଯିବ। ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁକୁଳ ଏମଓୟୁ ସର୍ତ୍ତାବଳୀ ନେଇ ଆଲୋଚନା ହୋଇଛି। ବୈଠକର ଚିଠା ଏମଓୟୁକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଗତ ପରିଚାଳନା କମିଟରେ ସୋସାଇଟିକୁ ଏଥିପାଇଁ ଅନୁମତି ମିଳିସାରିଛି ।ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ ପରିକଳ୍ପନା ନେଇ ପ୍ରାଥମିକ ରୂପରେଖ ପ୍ରସ୍ତୁତ ହୋଇଛି ।

ଏଥିପାଇଁ ଗଠିତ ‘ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି’କୁ ତତ୍ତ୍ୱାବଧାରକ ରୂପେ ଦାୟିତ୍ଵ ମିଳିଛି । ସୋସାଇଟି ପଞ୍ଜୀକରଣ ଆଇନ ଆଧାରରେ ଏହି ସୋସାଇଟି ଗଠନ ହୋଇଛି । ସୋସାଇଟିର ମୁଖ୍ୟ ଅଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା । ସୋସାଇଟିରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉନ୍ନୟନ ପ୍ରଶାସକ, ବୈଷୟିକ ବିଶେଷଜ୍ଞ ଆଉ ପୂଜାପଣ୍ଡା ନିଯୋଗ ସଦସ୍ୟ ମାଧବଚନ୍ଦ୍ର ପୂଜାପଣ୍ଡା । ସୋସାଇଟି ଅଧୀନରେ ‘ଶ୍ରୀମନ୍ଦିର ଗୁରୁକୂଳ ପାଣ୍ଠି’ ଗଠନ ହୋଇଛି । ଶ୍ରୀମନ୍ଦିରର ସେବାୟତ ପରିବାର ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେବା ଏବଂ ଜଗନ୍ନାଥ ସଂସ୍କୃତି , ନୀତିକାନ୍ତି ଶିକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ମତେ ଗୁରୁକୁଳ ନିର୍ମାଣ ପରିକଳ୍ପନା ଆରମ୍ଭ ହୋଇଛି ।

ତା ସହ ଗୁରୁକୁଳ ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟ ପକ୍ଷରୁ ୬ କୋଟି ୧୯ ଲକ୍ଷ ୮୯ ହଜାର ୨୦୨ ଟଙ୍କା ଶ୍ରୀମନ୍ଦିର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଗୁରୁକୁଳ ନିର୍ମାଣର ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଗୁରୁକୁଳ ନିର୍ମାଣରେ ରାଜ୍ୟ ସରକାର ଅବଢ଼ା ଯୋଜନାରୁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଗୁରୁକୁଳ ଚଳାଇବାକୁ ବିର୍ଲା ଏଡୁକେସନ ସୋସାଇଟିକୁ ଦାୟିତ୍ବ ଦିଆଯିବ।ଗୁରୁକୁଳ ପାଇଁ ୨୨ ଏକର ଜମି ଚିହ୍ନଟ ହୋଇଥିବାବେଳେ ୮ ଏକର ଜମିକୁ ନେଇ କୋର୍ଟରେ ମାମଲା ରହିଛି।

ଅବଶିଷ୍ଟ ୧୪ ଏକର ସହ ସେବାୟତ ବାସଗୃହ ଯୋଜନା ପାଇଁ ଥିବା ୫ ଏକର ଜମିକୁ ମିଶାଇ ୧୯ ଏକର ଜମିରେ ଏହି ଗୁରୁକୁଳ ନିର୍ମାଣ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତିଚଳିତ ଅର୍ଥିକ ବର୍ଷ ଶ୍ରୀମନ୍ଦିର ବଜେଟରେ ଗୁରୁକୁଳ ନିର୍ମାଣ ନିମନ୍ତେ ୫ କୋଟି ଟଙ୍କାର ଅନୁଦାନକୁ ପରିଚାଳନା କମିଟି ଅନୁମୋଦନ ଦେଇଛି।୪ ବର୍ଷ ମଧ୍ୟରେ ଗୁରୁକୁଳ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଥିବାବେଳେ ୧୫୦୦ ସେବାୟତ ପିଲା ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଉଛି।

Related posts

ପୂର୍ଵତନ ବିଧାୟକଙ୍କ ପରଲୋକ

mahabharatanews

ଭୁବନେଶ୍ୱରରୁ ଆଉ ୬୦ କରୋନା ପଜିଟିଭ ଚିହ୍ନଟ

mahabharatanews

ଅସହ୍ୟ ତାତି : ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ 

mahabharatanews