ଓଡିଶା

ନନ୍ଦନକାନନରେ ନୂଆ ଅତିଥି

(ଭୁବନେଶ୍ୱର) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି ।  ଦୀର୍ଘ ୯ ବର୍ଷ ପରେ  ପର୍ଯ୍ୟଟକମାନେ କାସ୍‌ୱାରି ପକ୍ଷୀ ଦେଖିବାକୁ ପାଇବେ। ତେବେ ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ହଳେ କାସ୍‌ୱାରି ପକ୍ଷୀ(ଗୋଟିଏ ମାଈ, ଗୋଟିଏ ଅଣ୍ଡିରା) ଆଣିଛନ୍ତି। ଏବେ ସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି ଏବଂ ପରେ ସେମାନଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ।

ସୂଚନାନୁଯାୟୀ , ଏହି ପକ୍ଷୀ ସାଧାରଣତଃ ଗ୍ରୀଷ୍ମ ମଣ୍ଡଳ ଜଳବାୟୁ ଅଞ୍ଚଳ ଯଥା ପପୁଆ ନିୟୁ ଗୁଏନା, ଅଉରା ଆଇସ୍‌ଲାଣ୍ଡ(ମାଲୁକା) ଓ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଏମାନେ ତୃଣ, ପତ୍ର ଓ ବିଭିନ୍ନ ଫଳର ମଞ୍ଜି ଖାଇବା ସହ ମୂଷା, ଏଣ୍ଡୁଅ, କୀଟପତଙ୍ଗ ଆଦି ଆହାର କରନ୍ତି। ଡେଣା ନ ଥିବାରୁ ଉଡ଼ିପାରନ୍ତି ନାହିଁ। ଏମାନଙ୍କର ବେକ ଲମ୍ବା। ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆକର୍ଷଣୀୟ ନାଲି ପକ୍ଷୀ ଥାଏ। ମୁଣ୍ଡ ଉପରେ ଚୂଳ ଓ ବେକ ତଳେ ଟାଇ ସଦୃଶ ପକ୍ଷୀ ଓହଳି ରହିଥାଏ।

Related posts

ବୁଷ୍ଟର ଡୋଜ ଭାବେ କୋର୍ବେଭାକ୍ସର ବ୍ୟବହାର: ମଞ୍ଜୁରୀ ଦେଲେ ଡିସିଜିଆଇ

mahabharatanews

ରାଜ୍ୟରେ ୩ଟି ଜିଲ୍ଲା ପାଇଁ ଷ୍ଟେଡ୍ ରାପିଡ ରେସପନ୍ସ ଟିମ ଗଠିତ

mahabharatanews

କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ ବିବାଦ

mahabharatanews