ଓଡିଶା

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

ପୁରୀ: ଚଳିତ ଥର କାଳିଆର ନବଯୌବନ ଦର୍ଶନ ଦେଖିପାରିବେନି ଭକ୍ତ । ବନ୍ଦ ରହିବ ନବଯୌବନ ଦର୍ଶନ ନିଷ୍ପତି । ଏହା ସହ ପହଣ୍ଡି ଟିକେଟ୍ ହେବନି, ଶ୍ରୀମନ୍ଦିର ପ୍ରବେଶ ମନା । ସମୟ କମ ଥିବାରୁ ଭିଡ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏବର୍ଷ ନବଯୌବନ ଦର୍ଶର୍ନ, ନେତ୍ରୋତ୍ସବ,ଶ୍ରୀଗୁଣ୍ଡିଚା ଯାତ୍ରା ଏକାଠି ପଡ଼ୁଛି । ଜୁଲାଇ ୭ରେ ସବୁ ଏକାଠି ପଡ଼ୁଥିବାର ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ଋଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ନୀଳାଦ୍ରି ଭକ୍ତ ନିବାସରେ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ନେଇ ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ପରିଚାଳନା କମିଟି ବୈଠକରେ ମୋହର ଲାଗିଛି ।
ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶର୍ନ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରାରେ ନୀତିକାନ୍ତି ଅନୁଷ୍ଠିତ ହେବ ।
ଆସନ୍ତା ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଜୁଲାଇ ୬ରେ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ ବୋଲି ଛତିଶା ନିଯୋଗରେ ନିଷ୍ପତି ନିଆଯାଇଥିଲା । ପରେ ୩ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବ ।

Related posts

ବିଦ୍ୟୁତ କାଟ ପ୍ରସଙ୍ଗରେ ଆଜି ହେବ ବୈଠକ

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

ବିଜେଡି ଓ ବିଜେପିକୁ ସୋସିଆଲ ମିଡିଆରେ ପର୍ଦ୍ଦାଫାସ କରାଯିବ: ଅଭିଷେକ

mahabharatanews