ଅପରାଧଓଡିଶା

ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଘରୁ ଡାକି ନେଇ କଲେ ହତ୍ୟା

ନୂଆପଡ଼ା : ମାଓବାଦୀଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ସେହି ଯୁବକଙ୍କ ନାଁ ଅନନ୍ତରାମ ରାଉତ। ଢେକୁନପାନି ଗାଁକୁ କିଛି ମାଓବାଦୀ ଆସି ଅନନ୍ତରାମଙ୍କୁ ଘରୁ ଡାକି ନେଇ ଯାଇଥିଲେ। ଯୁବକଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତ ଯୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଘଟଣାର ତଦନ୍ତ କରୁଛି। ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଯୁବକଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଅନନ୍ତରାମଙ୍କ ମୃତଦେହ ନିକଟରେ ମାଓବାଦୀପୋଷ୍ଟର ପଡ଼ିଥିଲା। ଯାହା ପାଇଁ ସନ୍ଦେହ ହେଉଛି କି ମାଓବାଦୀ ହତ୍ୟା କରିଛନ୍ତି ।

 

Related posts

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

mahabharatanews

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୬ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

mahabharatanews