Uncategorized

ବ୍ରଜପାତରେ ୧୬ ବର୍ଷର ବାଳକର ମୃତ୍ୟୁ

କଟକ: ସଂପ୍ରତି ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟରେ ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ଯୋଗୁ ରାଜ୍ୟରେ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଛି। ବଜ୍ରପାତରେ ଲୋକଙ୍କ ଜୀବନ ହାନି ଘଟୁଥିବା ଜଣାପଡିଛି। ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ପଞ୍ଚାୟତ ବାଲିପଡା ଗାଁରେ ବଜ୍ରପାତ ଯୋଗୁ ଜଣେ ୧୬ ବର୍ଷ ବାଳକର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬ ବର୍ଷର ବାଳକ ସୁରେଶ ଜେନାର ମୃତ୍ୟୁ ଘଟିଥିବାବେଳେ ଟୁକୁନା ଜେନା, ଗୋପାଳ ଜେନା ଓ ହାୱଡା ଜେନା ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିଲରେ କାମ କରୁଥିବା ସମୟରେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି। ପ୍ରଥମେ ସମସ୍ତ ୪ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ବାକି ୩ ଜଣଙ୍କୁ ଏସସିବିକୁ ସ୍ଥାନାନ୍ତର କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀ ବନ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଏସଆରସି କହିଛନ୍ତି।

Related posts

ସେନା ଗୁଳିରେ ଜଣେ ପାକ୍ ଅନୁପ୍ରବେଶକାରୀ ନିହତ

mahabharatanews

ଜବତ ବିସ୍ଫୋରକ ଥିବା କାର ହିଜବୁଲ ମୁଜାହିଦ୍ଦିନ ଆତଙ୍କୀର

mahabharatanews

ଅନେକ ଔଷଧୀୟ ଗୁଣରେ ଭରପୂର ଲେମ୍ବୁ

mahabharatanews