ଅପରାଧ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

(ମହାଭାରତ, ବାଲେଶ୍ୱର): ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ ଧରାପଡିଛନ୍ତି । ବାଲେଶ୍ୱର ଜିଲ୍ଲା ସୋରର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ କୁମାରଙ୍କ ଘରେ ମଙ୍ଗଳବାର ଭୋରରୁ ଭିଜିଲାନ୍ସ ଚଢାଉ ହୋଇଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଛି । ଭିଜିଲାନ୍ସ ବିଭାଗର ୭ଟି ଟିମ୍ ଏକକାଳୀନ ୭ଟି ଜାଗାରେ ଏହି ଚଢାଉ କରିଛନ୍ତି । ସହକାରୀ ଯନ୍ତ୍ରୀଙ୍କ ବାରିପଦାର ଶୁନଗଡିଆରେ ଥିବା ବାସଭବନ, ପୈତୃକ ଘର, ସୋର ଠାରେ ଥିବା କାର୍ଯ୍ୟାଳୟ, କଟକ ଓ ଭୁବନେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ହୋଇଛି । ତେବେ ବାରିପଦା ସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ଟିମ୍ର ଚଢାଉ ବେଳେ ସେ ଅନୁପସ୍ଥିତ ଥିବା ଜଣାପଡିଛି ।

Related posts

ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ

mahabharatanews

ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ

mahabharatanews

ଫ୍ରିଜରୁ ମହିଳାଙ୍କ ନଗ୍ନ ମୃତଦେହ ଉଦ୍ଧାର

mahabharatanews