Uncategorized

ଲକଡାଉନ ସମୟର ଆବଶ୍ୟକତା: ସ୍ୱରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶ ବିଶ୍ୱ ମହାମାରୀ କରୋନା ସହଲଢିବାକୁ ଲକଡାଉନ ଅବଧି ବଢାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ତାରିଖ ଯାଏ ଦେଶର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱସନା ଦେଇ କହିଛନ୍ତି, ଦେଶର ଗୃହମନ୍ତ୍ରୀ ଭାବରେ ମୁଁ ପୁଣି ଜନସାଧାରଣଙ୍କୁ ଆଶ୍ୱାସନା ଦେଉଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ ହୋଇ ରହିଛି । ତେଣୁ ଏଥିନେଇ କେହି ବି ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତେ ଗରିବଙ୍କୁ ସହଯୋଗ କରିବା ଦରକାର । ଆପଣଙ୍କ ଘର ପାଖରେ ରହୁଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ସମସ୍ତେ ଆଗେଇ ଆସିବାକୁ ସାହା ଟ୍ୱିଟ ଯୋଗେ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି, ସାରା ବିଶ୍ୱ କରୋନାରେ ଡହଳ ବିକଳ ହେଉଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶବାସୀ ଏହା ବିରୋଧରେ ଲଢେଇ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସରକାରଙ୍କ ପକ୍ଷରୁ ସମୟ ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଓ ଜନତାଙ୍କ ଉତ୍ତମ ସହଯୋଗ ଦ୍ୱାରା ଆମେ ବେଶ ସକାରାତ୍ମକ ଢଙ୍ଗରେ କରୋନାକୁ ହରାଉଛୁ । ଭାରତ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ମେ’ ୩ ତାରିଖ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏହା ସମୟର ଆବଶ୍ୟକତା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

Related posts

ରାପିଡ ଟେଷ୍ଟ କିଟ ସମସ୍ୟା: ସହଯୋଗର ହାତ ବଢାଇଲା ଚୀନ

mahabharatanews

ଘୁଞ୍ଚିଲା ବରୁଣ ଓ ରିଚାଙ୍କ ବାହାଘର

mahabharatanews

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews