ଓଡିଶା

ରାଜ୍ୟରେ କରୋନା ସଂଖ୍ୟା ୪୪: ରାଜଧାନୀରେ ସର୍ବାଧିକ ୩୫

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ର ଆଉ ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୫ ମାମଲା ରହିଥିବା ବେଳେ ଏହା ଖୋର୍ଦ୍ଧା ସମେତ ୮ଟି ଜିଲ୍ଲାକୁ ବ୍ୟାପିଛି । ଖୋର୍ଦ୍ଧାକୁ ଛାଡିଦେଲେ ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ, କେନ୍ଦ୍ରାପଡା, କଳାହାଣ୍ଡି, ପୁରୀ, ଯାଜପୁର, କଟକରେ ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୪୪ ଜଣଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ନୂତନ ଚିହ୍ନଟଙ୍କ ମଧ୍ୟରେ ଢେଙ୍କାନାଳର ଜଣେ ୫୧ ବର୍ଷୀୟା ମହିଳା ରହିଥିବା ବେଳେ ଦ୍ୱିତୀୟ ମାମଲାଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିବା ୬୯ ବର୍ଷୀୟ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କ ଘର ପଶ୍ଚିମ ବଙ୍ଗର ମେଦିନପୁରରେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଶ୍ଚିମ ବଙ୍ଗରୁ ଭୁବନେଶ୍ୱର ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related posts

ଚାଲିଛି ଶ୍ରୀଜିଉଙ୍କ ଗୋପନ ଉପଚାର ,ଦିଆଗଲା ପଥି ଭୋଗ 

mahabharatanews

ସରପଞ୍ଚଙ୍କ ଘରେ ବୋମାମାଡ ଅଭିଯୋଗ

mahabharatanews

ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

mahabharatanews