ଓଡିଶା

ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଶୁକ୍ରବାର ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ ହୋଇଛି।  ଏହି ଏକାଦଶି ପୂଜା କାର୍ଯ୍ୟକ୍ରମ ୨୦୨୫ ମସିହା ମାଘ୍ ଶୁକ୍ଳ ବଡ ଏକାଦଶୀ ବତି ଜାଳି ଆଉ ଏକ ବର୍ଷ ପରେ ସେହି ବଡ ଏକାଦଶୀରେ ବତିକୁ ଉଜ୍ଜାପନି କରାଯାଏ। ଆୟୋଜିତ ଏହି ଏକାଦଶୀ ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ହିସାବରେ ମନୋରଞ୍ଜନ ପାଣିଗ୍ରାହୀ, ଧର୍ମପତ୍ନୀ ଇନ୍ଦିରା ପାଣିଗ୍ରାହୀ, ପୁରାଣ ପଣ୍ଡା ହିସାବରେ ନୟନ ରଂଜନ ପଣ୍ଡା, ଦଧିବାମନ ପୂଜକ ହର ପ୍ରସାଦ ପୁରୋହିତ, ବିଶେଶ ସହୋଜୋଗ ରବି ପଣ୍ଡା, ଭାରତ ଭୂଷଣ ମୁଣ୍ଡ ରାଜୁ ସାମନ୍ତ ରାୟ ପ୍ରମୁଖ ସକ୍ରିୟ ହୋଇ ସାହୋଜୋଗ କରିଥିଲେ। ଏହି ଏକାଦଶୀ ଉଜ୍ଜାପାନି କାର୍ଯ୍ୟକ୍ରମର ସହର ତଥା ଗ୍ରାମାଞ୍ଚଳର ଓ ଆଖ ପାଖ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ।

Related posts

ନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

mahabharatanews

ସମୁଦ୍ରରେ ଡଙ୍ଗା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ମତ୍ସଜୀବି

mahabharatanews

୧୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews