ଓଡିଶା

ସମୁଦ୍ରରେ ଡଙ୍ଗା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ମତ୍ସଜୀବି

(ମହାଭାରତ, ବ୍ରହ୍ମପୁର): ଘନ କୁହୁଡି ଯୋଗୁ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସମୁଦ୍ରରେ ୨ଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି । ଦୁଇଟି ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କେବଳ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ରବିବାର ଭୋର ପ୍ରାୟ ୫ଟା ବେଳେ ଏକ ଡଙ୍ଗା ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଉଥିଲା । ସେହି ସମୟରେ ଆଉ ଏକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିଲା । କିନ୍ତୁ ଘନ କୁହୁଡି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ । ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡିଥିଲା । ସେଥିରେ ଥିବା ମତ୍ସଜୀବିମାନେ ପହଁରି କୂଳକୁ ଚାଲି ଆସିଥିଲେ । ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସଜୀବି ଥିଲେ । ଦୁର୍ଘଟଣାରେ ଗୋଟିଏ ଡଙ୍ଗା ଦୁଇ ଫାଳ ହୋଇଯାଇଥିବା ବେଳେ ଆଉ ଏକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଉଭୟ ଡଙ୍ଗାରେ ଥିବା ଜାଲ ଗୁଡିକ ନଷ୍ଟ ହୋଇଛି ।

Related posts

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

mahabharatanews

‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ

mahabharatanews

ନିଜ ଦେହରେ ନିଆଁ ଲଗାଇ ଅତ୍ମହତ୍ୟା କଲା ଝିଅ

mahabharatanews