ଅପରାଧ

ପୋଲିସ ହାତରେ ବେଆଇନ ଲୁହାପଥର ବ୍ୟବସାୟୀ

ରାଇରଙ୍ଗପୁର: ବେଧଡକରେ ଚାଲିଥିଲା ଲୁହାପଥରର ଚୋରା ବେପାର । କିନ୍ତୁ ଆଜି ପୋଲିସ ଏ ଘଟଣା ବିରୁଦ୍ଧରେ ନେଇଛି କାର୍ଯ୍ୟାନୁଷ୍ଠାନ । ଅଭିଯୋଗରେ ଅନେକ ଟ୍ରକକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ଘଟଣାରେ ଆଉ କିଏ ସବୁ ସାମିଲ ଅଛନ୍ତି ସେ ନେଇ ଛାନଭିନ ଜାରି ରଖିଛି ପୋଲିସ ।
ମୟୁରଭଞ୍ଜ ବାମନଘାଟି ଉପଖଣ୍ଡ ଗୋରୁମହିଷାଣି, ସୁଲେଜପାଟ ଓ ବାଦାମ ପାହାଡ ଅଞ୍ଚଳରୁ ଦୀର୍ଘ ଦିନ ହେଲା ଝାଡଖଣ୍ଡକୁ ଚୋରା ଚାଲାଣ ହେଉଥିଲା ଲୁହାପଥର । ପୁର୍ବରୁ ସ୍ପେଶାଲ ସ୍କ୍ୱାର୍ଡ ଏହି ଚୋରା ଚାଲାଣ ଗାଡି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ସତ, କିନ୍ତୁ ସେତିକିରେ ହିଁ ଅଟକି ଯାଇଥିଲା କାର୍ଯ୍ୟାନୁଷ୍ଠାନ । ତେଣୁ ପୋଲସ ଜଣାତରେ ଏସବୁ ହେଉଥିବା ଏବଂ ପୋଲିସ କିଚି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବାରମ୍ବାର ଅଭିଯୋଗ ଆସୁଥିଲା । ତେଣୁ ଘଟଣାସ୍ଥଳରେ ବଢି ଚାଲିଥିଲା ଲୁହାପଥର ଚୋରା ଚାଲାଣ । ଏବେ କିନ୍ତୁ ନୁଆ କରି ଯୋଗ ଦେଇଥିବା ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଲୁହାପଥରକୁ ପୋଲିସ ଜବତ କରିଛି । ତେବେ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରସ୍ତୁତ ହେଉଛି ପୋଲିସ । ତେବେ ଏଥିରେ ଜଡିତ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ କେବେ ଆକ୍ସନ ନିଆଯିବ ତାହା ଦେଖିବାକୁ ବାକି ରହିଲା ।

Related posts

୧ କୋଟିରୁ ଅଧିକ ନିଶା ସାମଗ୍ରୀ ଜବତ

mahabharatanews

ଜଙ୍କିଆରୁ ବିପୁଳ ପରିମାଣର ଧଳା ଜହର ଜବତ, ୧ ଗିରଫ

mahabharatanews

ସାମାନ୍ୟ ବଚସାରୁ କକାଙ୍କୁ ହତ୍ୟା କଲା ପୁତୁରା 

mahabharatanews