ଭାରତରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୫ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କର

ନୂଆଦିଲ୍ଲୀ: ବିଗତ ୮ବର୍ଷ ଧରି ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଦେଶର ସାମୁହିକ ବିକାଶ, ସାମାଜିକ ନ୍ୟାୟ ଓ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଛି । ୨୦୧୪ ପରେ ସରକାରୀ କଳର କାର୍ଯ୍ୟ ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି ହୋଇଛି । ସ୍ୱାଧୀନତାର ୭୫ବର୍ଷରେ ପ୍ରବେଶ କରିଛି ଭାରତ । ତେଣୁ ଆସନ୍ତା ୨୫ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଶୁକ୍ରବାର ଦଳର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ  ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜୟପୁର ଠାରେ ଆୟୋଜିତ ବିଜେପିର ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସି ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧନ କରି ଏହା କହିଛନ୍ତି । ଦେଶର ପ୍ରକୃତ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନିକଟରେ ଯେପରି ସରକାରୀ କଲ୍ୟାଣ ଯୋଜନା ପହଞ୍ଚି ପାରିବ, ସେନେଇ ପ୍ରଚାର ଓ ପ୍ରସାର କରିବାକୁ ମୋଦି କହିଛନ୍ତି । ଗରିବଙ୍କ କଲ୍ୟାଣ ପାଇଁ ଆମେ ଏହି ୮ବର୍ଷରେ ପ୍ରତିଶୃତିବଦ୍ଧ ହୋଇ ଅନେକ କାର୍ଯ୍ୟ କରାଯାଇଛି । ପୁଣି ଦେଶର ସାମୁହିକ ବିକାଶ, ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।

 

Related posts

ଏହି ଦେଶକୁ ଛୁଇଁନି କରୋନା

mahabharatanews

ବୁଧବାର ଠାରୁ ୧୨ରୁ୧୪ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭିଡ୍ ଟୀକା

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews