ଓଡିଶା

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

ରାଇଘର(ଲଳିତସୁନାନୀ);-ରାଇଘର ଠାରେ ଆଜି ଅହିଂସା ରଥ ସମ୍ବର୍ଦ୍ଧନା କରାଯାଇଛି । ହେଲେ ରାଇଘର ପ୍ରଶାସନର ହିଂସା ଆଚରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଇଘର ଅଂଚଳରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନେ । ଅହିଂସାର ପ୍ରତୀକ ହେଉଛନ୍ତି ମହାତ୍ମାଗାନ୍ଧୀ, ଅହିଂସାର ବାର୍ତ୍ତା ସାରା ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ପହଞ୍ଚେଇବା ଲାଗି ଏବଂ ଓଡିଶା ବାସୀଙ୍କ ମଧ୍ୟରେ ଅହିଂସା ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ୭୬ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ଅହିଂସା ରଥର ଶୁଭ ଉଦଘାଟନ କରିଥିଲେ।

ତେବେ ଏହି ଅହିଂସା ରଥ ତା ୦୨ ଅକ୍ଟୋବର ପର୍ୟ୍ୟନ୍ତ ଓଡିଶା ସାରା ବୁଲି ପ୍ରତିଟି ଓଡ଼ିଆଙ୍କ ନିକଟରେ ଅହିଂସାର ବାର୍ତ୍ତା ପହଞ୍ଚେଇବାର ଆଶା ରଖାଯାଇଛି । ଯେଉଁ ରଥକୁ ଓଡ଼ିଶାର ପ୍ରତ୍ୟେକ ଗଣମାଧ୍ୟମ ଆଉ ଗଣ ଅପେକ୍ଷା କରି ରହିଥିବା ବେଳେ ଏହି ଅହିଂସା ରଥ ଆଜି ୦୯ ସେପ୍ଟେମ୍ବରରେ ରାଇଘର ପହଞ୍ଚିଥିଲା, ଏହି କାର୍ଯ୍ୟକ୍ରମ ଲାଗି ରାଇଘର ପ୍ରଶାସନ ତରଫରୁ ଗଣମାଧ୍ୟମକୁ ଏକ ଚିଠି କରାଯାଇଥିଲା କ୍ଷ ଯେଉଁ ଚିଠି ଜରିଆରେ ଗଣମାଧ୍ୟମକୁ ପାତର ଅନ୍ତର କରାଯାଇଥିବା ଦେଖାଯାଇଛି କ୍ଷ ଯେଉଁ ଚିଠିରେ କି କେବଳ କେତେଜଣ ଗଣମାଧ୍ୟମର ନାମ ଉଲ୍ଲେଖ ଥିବା ବେଳେ ଅନ୍ୟ ଗଣମାଧ୍ୟମ ଗୁଡିକୁ ଉପେକ୍ଷା କରି ଅପମାନିତ କରାଯାଇଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Related posts

ଶ୍ରାବଣ ମାସରେ ଜଳପ୍ରିୟ ଶିବଙ୍କୁ ଜଳଅଭିଷେକ କଲେ ଜୀବନ ସୁଖଶାନ୍ତିରେ ଭରିଯାଏ

mahabharatanews

ପରୀକୁ ନ୍ୟାୟ ଓ ଶିଶୁ ଅତ୍ୟାଚାର ରୋକିବା ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

mahabharatanews

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

mahabharatanews

Leave a Comment