(ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୭୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୨୫ ଜଣ ଚିହ୍ନଟ ହୋଇଛନ୍ତି । ୭୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୨୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି୨୯୭ । ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୯, କଟକରୁ ୮୯ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୭, ମୟୁରଭଞ୍ଜରୁ ୩୦, ଢ଼େଙ୍କାନାଳରୁ ୧୪, ଜଗତସିଂପୁରରୁ ୨୩, ପୁରୀରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୨୨କୁ ବୃଦ୍ଧ ପାଇଛିି । ଆକ୍ଟିଭ କେସ୍ ୭ହଜାର୧୫୯ ରହିଛି ଓ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮ହଜାର ୪୬୯କୁ ବୃଦ୍ଧି ପାଇଛି ।