ଓଡିଶା

ରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲା

(ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୭୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୨୫ ଜଣ ଚିହ୍ନଟ ହୋଇଛନ୍ତି । ୭୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୨୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି୨୯୭ । ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୯, କଟକରୁ ୮୯ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୭, ମୟୁରଭଞ୍ଜରୁ ୩୦, ଢ଼େଙ୍କାନାଳରୁ ୧୪, ଜଗତସିଂପୁରରୁ ୨୩, ପୁରୀରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୨୨କୁ ବୃଦ୍ଧ ପାଇଛିି । ଆକ୍ଟିଭ କେସ୍ ୭ହଜାର୧୫୯ ରହିଛି ଓ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮ହଜାର ୪୬୯କୁ ବୃଦ୍ଧି ପାଇଛି ।

 

Related posts

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

mahabharatanews

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

mahabharatanews

ମୃତ ବ୍ୟକ୍ତିର ଶବ ଉଦ୍ଧାର କଲା ସମଲ ପୁଲିସ୍

mahabharatanews